ଦୂରନ୍ତ ଏକ୍ସପ୍ରେସ୍‌ରେ ଲୁଟ୍‌ପାଟ: ୨ ବଗିର ସମସ୍ତ ଯାତ୍ରୀଙ୍କ ମୋବାଇଲ, ଗହଣା ଏବଂ ଟଙ୍କା ଲୁଟିନେଲେ

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ନିକଟରେ ଆଜି ଜମ୍ମୁ-ଦିଲ୍ଲୀ ଦୂରନ୍ତଏକ୍ସପ୍ରେସ୍‌ର ଦୁଇଟି ଏସି ‌ବଗିରୁ ଲୁଟ୍‌ପାଟ୍‌ ହୋଇଛି। ୧୫ ମିନିଟ୍‌ ମଧ୍ୟରେ ସମସ୍ତ ଯାତ୍ରୀଙ୍କ ଟଙ୍କ‌ା, ଗହଣା, ଏଟିଏମ୍‌ କାର୍ଡ ଏପରିକି ସନ୍‌ଗ୍ଲାସ୍‌ ମଧ୍ୟ ଲୁଟି ନେଇଛନ୍ତି ସଶସ୍ତ୍ର ଦୁର୍ବୃତ୍ତ। ପ୍ରାୟ ୧୦ ଜଣ ଦୁର୍ବୃତ୍ତ ଆଜି ଦୂରନ୍ତ ଏକ୍ସପ୍ରେସ୍‌ର ବି-୩ ଏବଂ ବି-୭ ବଗିରେ ପଶି ଯାତ୍ରୀମାନଙ୍କ ବେକରେ ଛୁରି ଲଗାଇ ମୂଲ୍ୟବାନ୍‌ ଜିନିଷ ଲୁଟି ନେଇଥିଲେ। ଅଶ୍ବିନୀ କୁମାର ନାମକ ଜଣେ ଯାତ୍ରୀ ପ୍ରଥମେ ଏ ସଂପର୍କରେ ଅଭିଯୋଗ କରିବାପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା। ତେବେ ସମସ୍ତ ଲୁଟେରା ଖସିଯାଇଥିବା ଜଣାଯାଇଛି। ଟ୍ରେନ୍‌ ମଧ୍ୟରେ କୌଣସି ସୁରକ୍ଷାକର୍ମୀ ନଥିବାରୁ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଘଟାଇବାରେ ସଫଳ ହୋଇଛନ୍ତି।

ସମ୍ବନ୍ଧିତ ଖବର