ରାଜକୋଟ୍: ରାଜକୋଟ୍ର ଜଣେ ୨୦ ବର୍ଷୀୟା ଯୁବତୀ ନିଜ ଘରୁ ଚୋରି କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ନିଜ ପରିବାର ଲୋକଙ୍କ ଅଭିଯୋଗକ୍ରମେ ତାଙ୍କୁ ଗିରଫ କରାଯାଇଛି। ଘଟଣାଟି ଗୁଜରାଟରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ଯୁବତୀ ଜଣକ ନିଜ ପ୍ରେମିକର ପାଇଲଟ୍ ତାଲିମ ପାଇଁ ସହାୟତା ପରିପ୍ରେକ୍ଷୀରେ ଏଭଳି କାଣ୍ଡ ଘଟାଇଥିବା ସ୍ବୀକାର କରିଛନ୍ତି। ମିଳିଥିବା ଖବର ମୁତାବକ ୨୦ ବର୍ଷୀୟା ପ୍ରିୟଙ୍କା ପର୍ସନା ୨ ବର୍ଷ ଧରି ହେଟ୍ ଶାହ (୨୦)ଙ୍କୁ ପ୍ରେମ କରୁଥିଲେ। ହେଟ୍ ଜଣେ ପାଇଲଟ୍ ଭାବେ କ୍ୟାରିଅର କରିବାକୁ ଚାହାନ୍ତି ବୋଲି ପ୍ରେମିକାକୁ ଜଣାଇଥିଲେ। ପାଇଲଟ୍ ତାଲିମ ନେବା ପାଇଁ ବିପୁଳ ଅର୍ଥ ଆବଶ୍ୟକ ଥିଲା। ହେଟ୍ ଏତେ ଟଙ୍କା ଦେଇ ତାଲିମ ନେବାକୁ ଅସମର୍ଥ ବୋଲି ପ୍ରିୟଙ୍କାଙ୍କୁ କହିବା ପରେ ପ୍ରିୟଙ୍କା ତାଙ୍କୁ ଟଙ୍କା ଦେବେ ବୋଲି କହିଥିଲେ। ଟଙ୍କା ପାଇଁ ଘରୁ ଚୋରି କରିବାକୁ ପଡ଼ିବ ବୋଲି ସେ କହିଥିଲେ। ଏହାପରେ ଦୁଇଜଣଯାକ ଚୋରି ପାଇଁ ଯୋଜନା ତିଆରି କରିଥିଲେ। ଯୋଜନା ଅନୁସାରେ ପ୍ରିୟଙ୍କା ନିଜ ଘର ଆଲମିରାର ଲକର୍ ଭାଙ୍ଗି ବିପୁଳ ନଗଦ ଓ ଗହଣା ଚୋରି କରିଥିଲେ। ଏହାର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ପୁଲିସ ଆକଳନ କରିଛି। ତେବେ ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ପୁଲିସ ଉଭୟ ପ୍ରେମିକ ଓ ପ୍ରେମିକାକୁ ଗିରଫ କରିବା ସହ ସେମାନଙ୍କ ଠାରୁ ଚୋରି ଟଙ୍କା ଓ ଗହଣା ଜବତ କରିଛି। ପୁଲିସ ମୁତାବକ ଭକ୍ତିନଗରସ୍ଥିତ ଗୀତାଞ୍ଜଳି ପାର୍କ ନିକଟରେ ରହୁଥିବା ପ୍ରିୟଙ୍କା ଏବଂ ଏୟାରପୋର୍ଟ ରୋଡ୍ସ୍ଥିତ ଗୀତ୍ ଗୁର୍ଜାରି ସୋସାଇଟି ନିକଟରେ ରହୁଥିବା ହେଟ୍ ଦୁଇବର୍ଷ ହେଲା ପରସ୍ପରକୁ ଭଲ ପାଉଛନ୍ତି। ଉଭୟ ଏକାଠି ପାଠ ପଢୁଥିଲେ।
ନିଜ ଘରୁ କୋଟିଏ ଚୋରାଇ ଯୁବତୀ ଗିରଫ
ପ୍ରେମିକର ପାଇଲଟ୍ ତାଲିମ ପାଇଁ ଟଙ୍କା ଦରକାର ଥିଲା
/sambad/media/post_attachments/wp-content/uploads/2018/12/Girl-robs-own-house-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)