ଗୌହାଟୀ: କରୋନା ଭାଇରସ ସଂକ୍ରମଣ ସମୟରେ ମଦ ବିକ୍ରି ଉପରେ କଟକଣା ଲଗାଯାଇଛି। ଏପରି ପରିସ୍ଥିତିରେ ମଦ ପିଇବାର ଅଭ୍ୟାସ ଥିବା ଲୋକମାନେ ମଦ ପାଇଁ ବ୍ୟାକୁଳ ହୋଇ ରହିଛନ୍ତି। ନିକଟରେ ଆସାମର ସେପୋନ ଅଞ୍ଚଳରେ ଭାରସାମ୍ୟ ହରାଇ ଏକ ମଦ ଭର୍ତ୍ତି ଟ୍ରକ ରାସ୍ତାରେ ଓଲଟି ପଡିଥିଲା। ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ପଥଚାରୀ ଅନେକ ଦିନ ହେବ ମଦ ନପାଇ ବ୍ୟାକୁଳ ହୋଇରହିଥିବା ବେଳେ ସମୟ ବିଳମ୍ବ ନକରି ଟ୍ରକ୍ରୁ ମଦ ଲୁଟିବା ଆରମ୍ଭ କରି ଦେଇଥିଲେ।
କେବଳ ଏତିକି ନୁହେଁ ମଦ ଟ୍ରକ୍ ଓଲଟି ପଡ଼ିବା ଖବର ସ୍ଥାନୀୟଲୋକଙ୍କ ପାଖରେ ପହଞ୍ଚିବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମି ଯାଇଥିଲା। ଟ୍ରକ୍ରୁ ମଦ ବୋହି ନେଉଥିବାର ଦୃଶ୍ୟକୁ କେହି ଜଣେ କ୍ୟାମେରାରେ କୈଦ୍ କରି ସୋସିଆଲ ମିଡିଆରେ ପୋଷ୍ଟ କରିଦେବା ପରେ ତାହା ଭାଇରାଲ ହୋଇଯାଇଛି।
/sambad/media/post_attachments/7f2cc2b3e0db695101adc30b41b8d423b067a4b7c5a59ba92a00122ad564d2e0.jpg)
ଭାଇରାଲ ଭିଡିରେ ଦେଖିବାକୁ ମିଳୁଛି, ଲୋକମାନେ ଦୁର୍ଘଟଣା ଘଟିଥିବା ସ୍ଥାନକୁ ଦୌଡ଼ି ଯାଇ ଠେଲାପେଲା ହୋଇ କିଏ ଗୋଟିଏ ମଦ ବୋତଲ ପାଇଥିବା ବେଳେ ଆଉ କିଏ ପେଟି ପେଟି ମଦକୁ ଧରି ଜୀବନବିକଳେ ଦୌଡ଼ିବାରେ ଲାଗିଛନ୍ତି। ଏହି ଦୃଶ୍ୟ ଦେଖି ଯେତିକି ଅଶ୍ଚର୍ଯ୍ୟଲାଗୁଛି ମଦୁଆ ମଦ ପେଟି ବୋହି ଦୌଡ଼ିବା ଦେଖି ସେଥିକି ହସ ମଧ୍ୟ ଲାଗୁଛି।
ସେହିପରି କୋଭିଡ -୧୯ର ପ୍ରସାରକୁ ରୋକିବା ପାଇଁ ଆନ୍ଧ୍ରପ୍ରଦେଶର କୁରିଚେଡୁ ଲକଡାଉନ ଥିବାରୁ ମଦ ମିଳିବା ସମ୍ଭବ ନଥିଲା, ଯାହା ପାଇଁ ଲୋକମାନେ ଆଲକହଲ ଭିତ୍ତିକ ହ୍ୟାଣ୍ଡ ସାନିଟାଇଜର ପିଇ ଦେଇଥିଲେ। ହ୍ୟାଣ୍ଡ ସାନିଟାଇଜର ପିଇବା ହେତୁ ଶୁକ୍ରବାର ୯ଜଣଙ୍କ ମୃତ୍ୟୁ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/truck-accident-31_Thumb.jpg)