ସୁନା ଚେନ ଲୁଟିବାକୁ ବିମାନରେ ଯାଉଥିଲେ ଅପରାଧୀ, ଦାମୀ ଗାଡି ସାଙ୍ଗକୁ ୧୧ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ଜବତ

ବାଙ୍ଗାଲୋର: ଛିନତାଇ କରିବାକୁ ଦିଲ୍ଲୀରୁ ଆସୁଥିଲେ ଲୁଟେରା | ଲୁଟ କରୁଥିଲେ ଆଉ ବିମାନରେ ପୁଣି ଫେରିଯାଉଥିଲେ | ଏଭଳି ଏକ ହାଇପ୍ରୋଫାଇଲ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି ବାଙ୍ଗାଲୋର ପୁଲିସ | ମିଳିଥିବା ସୂଚନା ମୁତାବକ ବାଙ୍ଗାଲୋର ଡିସିପି ସିକେ ବାବାଙ୍କ ନେତୃତ୍ୱରେ ଏକ ଟିମ ୬ ଜଣ ଲୁଟେରାଙ୍କୁ ଗିରଫ କରିଛି | ଏହି ଲୁଟେରାମାନେ ଗତ ୧୪ ତାରିଖରେ ଛିନତାଇର ଯୋଜନା କରୁଥିଲେ |

୧୪ ତାରିଖରେ ଲୁଟ କରି ୧୬ ତାରିଖରେ ଦିଲ୍ଲୀ ଫେରିଯିବାର ଯୋଜନା କରିଥିଲେ | ଆଉ ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ବିମାନବନ୍ଦର ବାହାରୁ ଏହି ୬ ଜଣ ଲୁଟେରାଙ୍କୁ ଗିରଫ କରିଥିଲା | ଡିସିପି ସିକେ ବାବା କହିଛନ୍ତି ଯେ ୬ ଜଣ ଅପରାଧୀଙ୍କ ନାମରେ ଦିଲ୍ଲୀରେ ୨୫ରୁ ୨୭ଟି ମାମଲା ରହିଛି |

ଏମାନେ ପ୍ରାୟ ସମୟ ଦିଲ୍ଲୀରୁ ବାଙ୍ଗାଲୋର ବିମାନରେ ଆସୁଥିଲେ | ବାଙ୍ଗାଲୋରରେ ଏକ ଦାମୀ ଗାଡି ଭଡା କରି ସହରର ବିଭିନ୍ନ ଅଂଚଳରେ ଲୁଟ କରୁଥିଲେ | ଏହା ପରେ ପୁଣି ଦିଲ୍ଲୀ ଫେରିଯାଉଥିଲେ | ୬ ଜଣ ଅପରାଧୀଙ୍କୁ ଗିରଫ କରାଯିବା ସହ ବାଙ୍ଗାଲୋରରେ ସେମାନେ ବ୍ୟବହାର କରୁଥିବା ଦୁଇଟି ଦାମୀ ଗାଡି ସହ ୫୦ ହଜାର ଟଙ୍କା ଭଡା ନେଇଥିବା ଘରକୁ ଜବତ କରାଯାଇଛି |

ସମ୍ବନ୍ଧିତ ଖବର