ଗାନ୍ଧୀନଗର: ଗୁଜୁରାଟରେ ଗର୍ଜିଲେ ରାହୁଲ । ବିଜେପିର ଇଙ୍ଗିତରେ ଇଡିର କାର୍ୟ୍ୟାନୁଷ୍ଠାନ ନେଇ ବିଜେପି ବିରୋଧରେ ବିସ୍ଫୋରଣ ବୟାନ ଦେଲେ ରାହୁଲ । କହିଲେ ଚାଲିଥିବା ଲଢ଼େଇ କେବଳ ଏକ ରାଜନୈତିକ ଲଢ଼େଇ ନୁହେଁ ବରଂ ଏହା ବିଜେପି-ଆରଏସଏସ ଏବଂ କଂଗ୍ରେସର ବିଚାରଧାରା ମଧ୍ୟରେ ଲଢ଼େଇ ।
ସାରା ଦେଶ ଜାଣିଛି ଯଦି ବିଜେପିକୁ କେହି ପରାସ୍ତ କରିପାରିବ ତାହାଲେ କେବଳ କଂଗ୍ରେସ ହିଁ କରିପାରିବ । ଆଉ ଯଦି ଆମକୁ ଦେଶରେ ଆରଏସଏସ ଏବଂ ବିଜେପିକୁ ହରାଇବାର ଅଛି ତେବେ ଏହାର ରାସ୍ତାର ଗୁଜରାଟ ଦେଇ ଯାଉଛି କହି ଗାନ୍ଧୀଙ୍କୁ ମନେପକାଇଥିଲେ ରାହୁଲ ।
#WATCH | Modasa, Gujarat | Lok Sabha LoP and Congress MP Rahul Gandhi says, "... The ongoing fight is not just a political fight but also a fight of ideologies between BJP-RSS and Congress... The whole country knows that if anyone can defeat the BJP, it is only the Congress… pic.twitter.com/ZR13qypEr5
— ANI (@ANI) April 16, 2025
ଆମର ଦଳ ଗୁଜରାଟରୁ ହିଁ ଆରମ୍ଭ ହୋଇଥିଲା । ଆପଣମାନେ ଆମକୁ ମହାତ୍ମା ଗାନ୍ଧୀ ଏବଂ ସର୍ଦ୍ଦାର ପଟେଲଙ୍କୁ ଦେଇଛନ୍ତି । କିନ୍ତୁ ଆମେ ଗୁଜରାଟରେ ବହୁତ ଦିନ ଧରି ମନୋବଳ ହରାଇ ବସିଛୁ । ସ୍ଥାନୀୟ ଟିକେଟ ବଣ୍ଟନରେ ସ୍ଥାନୀୟ ଲୋକଙ୍କୁ ସାମିଲ କରାଯାଏ ନାହିଁ । ଜିଲ୍ଲାକୁ ଅହମ୍ମଦାବାଦରୁ ପରିଚାଳିତ କରାଯିବା ଉଚିତ୍ ନୁହେଁ, ଜିଲ୍ଲାକୁ ଜିଲ୍ଲାରୁ ପରିଚାଳିତ କରାଯିବା ଉଚିତ୍, ଜିଲ୍ଲା ନେତାମାନଙ୍କୁ ସଶକ୍ତ କରାଯିବା ଉଚିତ୍ । ଆମେ ଏହି କାମ ଏବେ ଆରମ୍ଭ କରୁଛୁ ବୋଲି କହି କଂଗ୍ରେସ ସଦସ୍ୟଙ୍କ ମନୋବଳ ବଢାଇଛନ୍ତି ରାହୁଲ । ଗୁଜୁରାଟ ଗସ୍ତରେ ରାହୁଲ ଥିବା ବେଳେ ତୃଣମୂଳସ୍ତରରେ କେମିତି ଦଳ ମଜବୁତ ହେବ ସେନେଇ ଆଲୋଚନା କରିଛନ୍ତି ।