କୋଲକାତା: ଏଥର ସହଜ ହେବ ରଥଟଣା । ମହାପ୍ରଭୁଙ୍କ ରଥଯାତ୍ରାରେ ରଥଟାଣିବାରେ ଆଉ ସମସ୍ୟା ହେବନି । କାରଣ ଏଥର ରଥରେ ଲାଗିଛି ସୁଖୋଇ ଚକ । ହଁ ଆଜ୍ଞା, ଜଗନ୍ନାଥଙ୍କ ରଥରେ ଲାଗିଛି ସୁଖୋଇ ଫାଇଟର ଜେଟ୍ ଚକ… କଥାଟା ଶୁଣି ଆପଣ ଟିକେ ସନ୍ଦେହରେ ପଡିଥିବେ ନା, ଯେ ଓଡିଶାରେ ଜଗନ୍ନାଥଙ୍କ ରଥର ଚକ ତ କାଠରେ ତିଆରି ସେଠି ସୁଖୋଇ ଚକ କାଇଁ ଲାଗିଲା । ନାଇଁ ଆଜ୍ଞା, ରଥରେ ସୁଖୋଇ ଫାଇଟର ଜେଟ୍ ଚକ ଓଡିଶାରେ ନୁହେଁ ବରଂ ପଶ୍ଚିମବଙ୍ଗରେ ଲାଗିଛି । କୋଲକାତା ଇସ୍କନ ରଥରେ ଲାଗିଛି ସୁଖୋଇ ଚକ ।
ପୂର୍ବରୁ ଜଗନ୍ନାଥଙ୍କ ରଥରେ ବୋଇଙ୍ଗ୍ ୭୪୭ ବିମାନର ଚକ ଲାଗୁଥିବା ବେଳେ ୪୮ ବର୍ଷ ପରେ ଏହି ଚକ ବଦଳାଇବାକୁ ନିଷ୍ପତ୍ତି ହୋଇଛି । ବୋଇଙ୍ଗ୍ ୭୪୭ ବିମାନର ଚକ ବଦଳରେ ଲାଗିଛି ସୁଖୋଇ ଫାଇଟର ଜେଟ୍ ଚକ । ଇସ୍କନ ଜଗନ୍ନାଥ ମନ୍ଦିର ପକ୍ଷରୁ ହେଉଥିବା ରଥଯାତ୍ରାରେ ୪୮ ବର୍ଷ ଧରି ବୋଇଙ୍ଗ୍ ୭୪୭ ବିମାନର ଚକ ଲାଗୁଥିବା ବେଳେ ୨୦୦୫ ମସିହାରେ ଏହା ଅବସ୍ଥା ଖରାପ ହେଉଥିବା ଦେଖିବାକୁ ମିଳିଥିଲା ।
#WATCH | West Bengal: Lord Jagannath's chariot at Iskcon Rath Yatra in Kolkata will now roll on new Sukhoi fighter jet tyres, replacing the old Boeing 747 tyres. pic.twitter.com/lmih2rcJYK
— ANI (@ANI) June 1, 2025
୨୦୧୮ରେ ବୋଇଙ୍ଗ୍ ୭୪୭ ବିମାନର ଚକ ବଦଳାଇ ସୁଖୋଇ ଫାଇଟର ଜେଟ୍ ଚକ ବ୍ୟବହାର ପାଇଁ ଟାୟାର ପ୍ରସ୍ତୁତକାରୀ କମ୍ପାନୀକୁ ଅନୁରୋଧ କରାଯାଇଥିବା ବେଳେ ଏଥର ରଥଯାତ୍ରାରେ ସୁଖୋଇ ଫାଇଟର ଜେଟ୍ ଚକ ଲଗାଇବା ପାଇଁ ୪ଟି ଚକ ଦେଇଛି ଏମଆରଏଫ କମ୍ପାନୀ । ଆଉ ଗଚକାଲି ଏହାର ଟ୍ରାଏଲ ରନ୍ ହୋଇଛି ବୋଲି କୋଲକାତା ଇସ୍କନ ପକ୍ଷରୁ କୁହାଯାଇଛି ।
#WATCH | Radha Raman das, ISKCON Kolkata Vice President, says, " Kolkata Lord Jagannath Chariot was having Boeing 747 tyres for last 48 years...in 2005, we noticed that the tyres were not in good condition...in 2018 we found out that Sukhoi's tyres has same dimension as Boeing… https://t.co/7zFrcPQPdI pic.twitter.com/FigQSnWxOt
— ANI (@ANI) June 1, 2025