ନୂଆଦିଲ୍ଲୀ: ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ନିର୍ମିତ ବିଶାଳ ରାମ ମନ୍ଦିର ଦେଶ ତଥା ବିଶ୍ବରେ ଚର୍ଚ୍ଚାରେ ରହିଛି। ବର୍ତ୍ତମାନ ମନ୍ଦିରରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଜୋରସୋର ପ୍ରସ୍ତୁତି ଚାଲିଛି। ପ୍ରାଣପ୍ରତିଷ୍ଠା ପାଇଁ ୨୦୨୪ ଜାନୁଆରି ୨୨ ତାରିଖକୁ ସ୍ଥିର କରାଯାଇଛି।
ଏହି ଦିନ ମାତ୍ର ୮୪ ସେକେଣ୍ଡ ମଧ୍ୟରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା କରାଯିବ। ଏହି ମୁହୂର୍ତ୍ତ ଅତ୍ୟନ୍ତ ଶୁଭ ଅଟେ ଯାହା ଭାରତ ପାଇଁ ଶୁଭ ରହିବା ସହିତ ରକ୍ଷା କବଚ ଭାବେ କାମ କରିବ। ଏହି ଶୁଭ ସମୟକୁ କାଶୀର ପଣ୍ଡିତମାନେ ସ୍ଥିର କରିଛନ୍ତି।
୨୦୨୪ ଜାନୁଆରି ୨୨ତାରିଖ ଦ୍ବିପହର ୧୨:୨୯ ମିନିଟ ୮ ସେକେଣ୍ଡରୁ ଏହି ଶୁଭ ମୁହୂର୍ତ୍ତ ଆରମ୍ଭ ହୋଇ ୧୨: ୩୦ ମିନିଟ ୩୨ ସେକେଣ୍ଡରେ ଶେଷ ହେବ। ଏହାର ଅର୍ଥ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ୧ ମିନିଟ୍ ୨୪ ସେକେଣ୍ଡ ମଧ୍ୟରେ ସମ୍ପୂର୍ଣ୍ଣ ହେବାର କାର୍ଯ୍ୟକ୍ରମ ରହିଛି। ପ୍ରାଣପ୍ରତିଷ୍ଠାର ଏକ ଘଣ୍ଟା ପୂର୍ବରୁ ହୋମ, ଯଜ୍ଞ, ବେଦ ପାଠ କରାଯିବ। ପ୍ରାଣପ୍ରତିଷ୍ଠାର ଏହି ଶୁଭ ମୁହୂର୍ତ୍ତକୁ ପଣ୍ଡିତ ଜ୍ୟୋତିଷମାନେ ବହୁତ ଶୁଭ ବୋଲି କହୁଛନ୍ତି। ଏହି ମୁହୂର୍ତ୍ତର ୧୬ରୁ ୧୦ଗୁଣ ଭଲ ରହିଛି।
ଅଯୋଧ୍ୟା ନଗରୀ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା ଭାରତର ସବୁଠାରୁ ବଡ ଧାର୍ମିକ ରୀତିନୀତି ହେବ। ଏଭଳି ପରିସ୍ଥିତିରେ ମନ୍ଦିର ଏବଂ ପରିଦର୍ଶକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମନ୍ଦିରରେ ଥିବା ଦର୍ଶନକୁ ତିନି ପର୍ଯ୍ୟନ୍ତ ବନ୍ଦ ରଖାଯିବ।
ଅର୍ଥାତ୍ ଜାନୁଆରି ୨୦ରୁ ଜାନୁୟାରି ୨୨ ପର୍ଯ୍ୟନ୍ତ ସାଧାରଣ ଲୋକମାନେ ମନ୍ଦିର ପରିଦର୍ଶନ କରିପାରିବେ ନାହିଁ । କିନ୍ତୁ ଜାନୁଆରି ୨୨ ରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ପରେ ସମସ୍ତଙ୍କୁ ଜାନୁଆରି ୨୩ ରୁ ମନ୍ଦିର ପରିଦର୍ଶନ କରିବାକୁ ଅନୁମତି ଦିଆଯିବ। ରାମଲଲାଙ୍କ ପ୍ରଥମ ଆରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା କରାଯିବ।