ଲସ୍ ଆଞ୍ଜେଲସରେ ଲାଗିଥିବା ଭୟଙ୍କର ନିଆଁରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଏଲଏ କାଉଣ୍ଟି ମେଡିକାଲ ଏକଜାମିନର ଅଫିସ୍ ଏସବୁ ମୃତ୍ୟୁକୁ ନିଶ୍ଚିତ କରିଛି। ଦିନ ବିତିବା ସହିତ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଅଫିସ ପକ୍ଷରୁ ଆଶଙ୍କା କରାଯାଉଛି। ସେପଟେ ନିଆଁ ଲିଭାଇବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ ପାଣି ଅଭାବ ଏକ ବଡ଼ ପ୍ରସଙ୍ଗ ପାଲଟିଛି । ଜଳ ଅଭାବନକୁ ନେଇ କାଲିଫର୍ଣ୍ଣିଆର ଗଭର୍ଣ୍ଣର ଗାଭିନ୍ ନ୍ୟୁସମ୍ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜଳ ଅଭାବ ଯୋଗୁଁ କିପରି ନିଆଁ ଲିଭାଇବା କାମ ପ୍ରଭାବିତ ହେଉଛି ସେ ତାହାର ତଦନ୍ତ ଦାବି କରିଛନ୍ତି ।
ଗଭର୍ଣ୍ଣର କହିଛନ୍ତି ଯେ କେତେକ ଅଗ୍ନି ହାଇଡ୍ରେଣ୍ଟରେ ଜଳ ଯୋଗାଣ ଅଭାବ ଏବଂ ସାନ୍ତା ୟାନେଜ୍ ଜଳଭଣ୍ଡାରରୁ ଜଳ ଯୋଗାଣ ଅନୁପଲବ୍ଧତା ଅଭିଯୋଗର ନିରପେକ୍ଷ ତଦନ୍ତ ହେବା ଉଚିତ ।
ଲସ୍ ଆଞ୍ଜେଲସ ସହରର ଉତ୍ତରରେ ଥିବା ୨୫ ମାଇଲ (୪୦ କିଲୋମିଟର) ଅଞ୍ଚଳରେ ଅଗ୍ନିକାଣ୍ଡ ଘଟି ୧୨,୦୦୦ରୁ ଅଧିକ ଘର ଓ କୋଠା ପୋଡ଼ି ଯାଇଛି। ପାଖାପାଖି ଦେଢ଼ ଲକ୍ଷ ବାସିନ୍ଦାଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୮ ମାସରୁ ଅଧିକ ସମୟ ଧରି ଏହି ଅଞ୍ଚଳରେ ବର୍ଷା ହୋଇନଥିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ଭୟଙ୍କର ଅଗ୍ନିକାଣ୍ଡ ହଲିଉଡ ହିଲ୍ସରେ ପହଞ୍ଚିଥିବା ବେଳେ ଅନେକ ଆମେରିକୀୟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱଙ୍କ ଘରେ ମଧ୍ୟ ନିଆଁ ଲାଗିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/01/11/lnUwyFxwk2UbfTMXgdEo.jpg)
