ଲସ୍‌ ଏଞ୍ଜେଲ୍‌ସ: ଜଙ୍ଗଲ ନିଆଁରେ ସ୍ବାହା ହେଉଛି ଘର ସଂସାର  ।  ଆଖିଆଗରେ ପୋଡି ପାଉଁସ ହେଉଛି ସ୍ବପ୍ନର ଘର  ।  ଘର ଜଳିବା ସହ ଜଳୁଛନ୍ତି ଘରେ ଥିବା ଲୋକେ । ପଶୁ, ଜୀବ, ଜନ୍ତୁ  ଆହାକାର । ଯିଏ ସୁସ୍ଥ ଅଛନ୍ତି, ଚଳପ୍ରଚଳ କରୁଛନ୍ତି ନିଆଁ ମୁହଁରୁ ବଞ୍ଚିବା ପାଇଁ  ସୋମାନେ ଦୌଡି ପଳାଇଆସୁଛନ୍ତି । ଆଉ ଯଏ ଦିବ୍ୟାଙ୍ଗ  ଗୋଡ ହାତ ଚଳୁନି, ହ୍ବିଇଲ୍‌ ଚେୟାରରେ ବସିଛନ୍ତି, ସେ ବା କେମିତି ଏହି ଭୟାନକ ନିଆଁ ମୁହଁରୁ ବର୍ତ୍ତିପାରିଥାଆନ୍ତେ । ଘର ଭିତରେ ଜଳିଗଲେ ଦିବ୍ୟାଙ୍ଗ ବାପ ଏବଂ ପୁଅ । ପୁଅ ଥିଲା ମାନସିକ ବିକୃତ ଆଉ ବାପା ଥିଲେ  ଦିବ୍ୟାଙ୍ଗ। ପୁଅ ଅରାଜି  ଥିଲା ଘର ଛାଡି  କୁଆଡେ ଯିବନି । ଆଉ ବାପା ପୁଅକୁ ଛାଡି ଏକା ଆସିବେନି ।  ଏହାରି ଭିତରେ  ଘରେ ଲାଗିଥିବା ନିଆଁକୁ ଲିଭାଇବାକୁ  ପ୍ରୟାସ କଲେ ବାପ ପୁଅ । କାଳେ ନିଆଁ  ଲିଭିଯିବ।  କିନ୍ତୁ ଏ କାଳ ରୂପି ନିଆଁ ଲିଭିବାର ନଥିଲା।  ବାପ ପୁଅ ପୋଡି ପାଉଁସ ହେଇଗଲେ ଘର ସହ ।  

Advertisment

ରିପୋର୍ଟ କହୁଛି ଲସ୍‌ ଏଞ୍ଜେଲ୍‌ସରେ ଲାଗିଥିବା ନିଆଁ  ପ୍ରଥମେ ପୈଲିସେଡ୍‌ସ  ଜଙ୍ଗଲରେ ଲାଗିଥିଲା।  ଆଉ ସେହି ଜଙ୍ଗଲ  ନିକଟରେ ବୃଦ୍ଧା ଆଶ୍ରମ ଥିଲା । ଏହି ଆଶ୍ରମରେ ୮୫  ବର୍ଷୀୟ ମହିଳା  ରହୁଥିଲେ । ପୈଲିସେଡ୍‌ସ  ନିଆଁ  ବୃଦ୍ଧାଙ୍କ ଘରେ ପ୍ରବେଶ କରିଥିଲା । କିନ୍ତୁ ବୃଦ୍ଧା ଜଣଙ୍କ ଜୀବନ ବଞ୍ଚାଇ ଦୌଡିବା ପରି ବର୍ତ୍ତେ  ପୋଷା କୁକୁରଙ୍କ ସହ ରହିବାକୁ ବାଛିଥିଲେ । ଆଉ ଏହି ନିଆଁ ସମସ୍ତେ ଜଳି  ପୋଡି ପାଉଁଶ  ହୋଇଯାଇଥିଲେ । ଏହି ଭୟଙ୍କର ନିଆଁରେ ପୋଡି ପାଉଁଶ ହେଉଛନ୍ତି  ମଣିଷ ସହ ଜୀବ ଜନ୍ତୁ । ମୁଣ୍ଡ  ଝାଳ ତୁଣ୍ଡରେ ମାରି, କଠିନ ପରିଶ୍ରମ କରି ଠିଆ କରିଥିବା ସ୍ବପ୍ନର ଘର  ଆଖି ଆଗରେ ପୋଡି ପାଉଁଶ ହେଇଯାଉଛି । କିଏ ବା ଏହା ସମ୍ଭାଳି ପାରିବ । ଘର ପ୍ରତି ତ ମୋହ ରହିବ । ପ୍ରଶାସନ ତରଫରୁ ବାରମ୍ବାର  ଘୋଷଣା କରାଯାଉଛି ଘର ଛାଡି ପଳାଇ ଆସନ୍ତୁ। କିନ୍ତୁ  କିଛି ଲୋକ  ନିଜ  ଘର ଛାଡିବାକୁ ପ୍ରସ୍ତୁତ  ନୁହଁନ୍ତି । ଯେଉଁଥିପାଇଁ ତାଙ୍କୁ ଜୀବନ  ଦେବାକୁ ପଡୁଛି।  ଏପର୍ଯ୍ୟନ୍ତ ୨୪ ଜଣଙ୍କ  ମୃତ୍ୟୁ ଘଟିଲାଣି ।  ମୃତ୍ୟବରଣ କରିଥବା ସମସ୍ତେ ହେଉଛନ୍ତି ସ୍ଥାନୀୟ ଲୋକେ ।  

୫୦ ହଜାର ଏକର ଅଞ୍ଚଳକୁ  ବ୍ୟାପିଛି ନିଆଁ । ୬ରୁ ଅଧିକ ଜଙ୍ଗଲ ହୁହୁ ହୋଇଜଳୁଛି ।  ୧୨ ହଜାରରୁ  ଅଧିକ  ବଡ଼ ବଡ଼ କୋଠା  ପୋଡି ପାଉଁସ ହେଲାଣି । ଅନେକ ପ୍ରଭାବଶାଳି ବ୍ୟକ୍ତିଙ୍କ ଘର ମଧ୍ୟ  ଜଳି ପୋଡି ହୋଇଯାଇଛି । ତେବେ କାହିଁକି ଲାଗିଲା  ଲସ ଏଞ୍ଚଲେସ୍‌ ରେ ନିଆଁ ? ଏପର୍ଯ୍ୟନ୍ତ କାହିଁକି କାବୁ ହେଉନି ଭୟଙ୍କର ନିଆଁ ?  କାର୍ଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟ ଜଳ ବିଜ୍ଞାନୀ କହିଛନ୍ତି,  ଦକ୍ଷିଣ  କାର୍ଲିଫର୍ଣ୍ଣିଆ ଖୁବ୍‌ ସୁଖିଲା ହୋଇପଡିଛି । ଖାସ୍‌ ଏଥିପାଇଁ  ଲସ ଏଞ୍ଚଲେସ୍‌ ର ଜଙ୍ଗଲରେ  ନିଆଁ ଲାଗିଥିଲା। ଯାହା ଏବେ କରାଳ ରୂପ ଧାରଣ କରିଛି । ଆୟତ ହେଉନି ଏହି ନିଆଁ । ବୈଜ୍ଞାନକମାନେ ଖୁଲାସା କରିଛନ୍ତି ଯେ ଏହା ଏତେ ଜୋରରେ ବ୍ୟାପିଛି ଯେ ବର୍ତମାନ ନିଆଁ ନିୟନ୍ତ୍ରଣ ବାହାରେ।  ଆମେରିକାରେ ଲାଗିଥିବା  ନିଆଁ ଏବେ  ସାରା ବିଶ୍ବକୁ କଷ୍ଟ ଦେଉଛି ।  ବ୍ୟଥିତ ହେଉଛନ୍ତି ସମସ୍ତେ. ..