ଗଲୱାନ୍‌ରେ ସୈନ୍ୟହାନୀ ଖୁବ୍ ଚିନ୍ତାଜନକ, ଦେଶ କଦାପି ସେମାନଙ୍କ ସାହସିକତାକୁ ଭୁଲିବ ନାହିଁ: ରାଜନାଥ ସିଂହ

ନୂଆଦିଲ୍ଲୀ: ବୁଧବାର ଦିନ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ, ଗଲ୍‌ୱାନ୍‌ରେ ସୈନ୍ୟହାନୀ ଖୁବ୍ ଚିନ୍ତାଜନକ ଓ ଯନ୍ତ୍ରଣାଦାୟକ।

ସେ ଟୁଇଟ୍ କରି ଲେଖିଛନ୍ତି, ଗଲ୍‌ୱାନ୍‌ରେ ସୈନ୍ୟହାନୀ ଖୁବ୍ ଚିନ୍ତାଜନକ ଓ ଯନ୍ତ୍ରଣାଦାୟକ। କର୍ତ୍ତବ୍ୟ ସମ୍ପାଦନ ବେଳେ ଆମ ସୈନିକମାନେ ଦୃଷ୍ଟାନ୍ତଯୋଗ୍ୟ ସାହସ ଏବଂ ସୌର୍ଯ୍ୟ ପ୍ରଦର୍ଶନ କରି ଭାରତୀୟ ସେନାର ମହତ୍ତର ପ୍ରଥାନୁଯାୟୀ ଜୀବନ ଉତ୍ସର୍ଗ କରିଛନ୍ତି।

Image Courtesy of Hindustan Times

ଅନ୍ୟ ଏକ ଟୁଇଟ୍‌ରେ ସେ କହିଛନ୍ତି ଯେ, ଦେଶ ସେମାନଙ୍କ ଆତ୍ମବଳିକୁ କଦାପି ଭୁଲିବ ନାହିଁ। ସହିଦ ସୈନ୍ୟଙ୍କ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା। ଏହି ଅସୁବିଧା ସମୟରେ ସହିଦ ଯବାନଙ୍କ ପରିବାରବର୍ଗଙ୍କ ସହ ଦେଶବାସୀ ଅଛନ୍ତି। ଭାରତର ଏହି ସାହସୀମାନଙ୍କ ସାହସିକତା ଏବଂ ସାହସ ପାଇଁ ଆମେ ଗୌରବାନ୍ବିତ।

ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ସୋମବାର ସନ୍ଧ୍ୟାରେ ପୂର୍ବ ଲଦାଖ ଅନ୍ତର୍ଗତ ଗଲୱାନ୍ ଅଞ୍ଚଳରେ ଭାରତ ଓ ଚୀନ୍ ସୈନିକମାନଙ୍କ ମଧ୍ୟରେ ସଂଘର୍ଷ ଘଟି ୨୦ ଜଣ ଭାରତୀୟ ସୈନିକ ସହିଦ ହୋଇଛନ୍ତି ଏବଂ ଅନ୍ୟ ୧୭ ଜଣ ଆହତ ହୋଇଛନ୍ତି। ଏହି ସଂଘର୍ଷରେ ଚୀନ୍ ପକ୍ଷର ୩୫ଜଣ ସୈନିକ ମରିଛନ୍ତି ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ଗୁଇନ୍ଦା ଏଜେନ୍ସି ‌ରିପୋର୍ଟକୁ ଆଧାର କରି ଭାରତୀୟ ସରକାରୀ ଅଧିକାରୀମାନେ ବୁଧବାର ଦିନ କହିଛନ୍ତି।

ସମ୍ବନ୍ଧିତ ଖବର