ଭୋଟର କାର୍ଡ ହଜି ଯାଇଛି କି ? ଡୁପ୍ଲିକେଟ ପାଇଁ ଏଭଳି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଆଗକୁ ଲୋକସଭା ନିର୍ବାଚନ। ଏହା ସହିତ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ସିକିମ୍ ଏବଂ ଓଡ଼ିଶା ପ୍ରଭୃତି ୪ ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ଭୋଟ ଦେବା ପାଇଁ ଭୋଟର କାର୍ଡ ଜରୁରୀ। କିନ୍ତୁ ଯଦି ଭୋଟର କାର୍ଡ ହଜିଯାଇଛି, ନଷ୍ଟ ହୋଇଯାଇଛି ଅବା ଚୋରି ହୋଇ ଯାଇଛି ତେବେ ବ୍ୟସ୍ତ ହେବାର କୌଣସି କାରଣ ନାହିଁ। ଡୁପ୍ଲିକେଟ ଭୋଟର କାର୍ଡ ପାଇଁ ଆବେଦନ କରାଯାଇ ପାରିବ।

ସେଥିପାଇଁ ବ୍ୟକ୍ତିଙ୍କୁ ନିଜ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବସାଇଟ୍କୁ ଯାଇ ଫର୍ମ ଇପିଆସି-୦୦୨ର କପି ଡାଉନଲୋଡ୍ କରିବାକୁ ହେବ। ଏହା ପୂରଣ କରି ସମସ୍ତ ଆବଶ୍ୟକ ପ୍ରମାଣପତ୍ର ସଂଲଗ୍ନ କରିବାକୁ ପଡ଼ିବ। ଡୁପ୍ଲିକେଟ ଭୋଟର କାର୍ଡ ପାଇଁ କାହିଁକି ଆବେଦନ କରୁଛନ୍ତି ତାହାର କାରଣ ମଧ୍ୟ ଦେବାକୁ ପଡ଼ିବ। କାର୍ଡ ହଜିଯାଇଥିଲେ ଏଫଆଇଆରର ଏକ କପି ସଂଲଗ୍ନ କରିବାକୁ ପଡ଼ିବ। ଏହା ସହିତ ଏକ ପାସପୋର୍ଟ ସାଇଜ୍ ଫଟୋ, ଆଡ୍ରେସ୍ ଏବଂ ପରିଚୟ ପତ୍ର ମଧ୍ୟ ସଂଲଗ୍ନ କରିବାକୁ ପଡ଼ିବ। ଏହା ଏହାକୁ ସ୍ଥାନୀୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାଖଲ କରିବାକୁ ହେବ। ନିର୍ବାଚନ ଅଧିକାରୀ ଏକ ରେଫରେନ୍ସ ନମ୍ବର ଦେବେ। ଏହି ନମ୍ବର ଦ୍ବାରା ୱେବସାଇଟରେ ଭୋଟର କାର୍ଡର ସ୍ଥିତି ସମ୍ପର୍କରେ ଆବେଦନକାରୀ ଜାଣି ପାରିବେ।
ସ୍ଥାନୀୟ ନିର୍ବାଚନ ଅଧିକାରୀ ଭେରିଫିକେସନ କରିବା ପରେ ଡୁପ୍ଲିକେଟ ଭୋଟର କାର୍ଡ ଜାରି କରିବେ। ଏହା ସହିତ ଏଥିପାଇଁ ଅନଲାଇନରେ ଘରେ ବସି ମଧ୍ୟ ଆବେଦନ କରିହେବ।

ସମ୍ବନ୍ଧିତ ଖବର