ମନ୍ଦିର ଲୁଟିବା ପରେ ପୂଜକଙ୍କୁ ନିର୍ମମ ଭାବେ ହତ୍ୟା କଲେ ଦୃବୁର୍ତ୍ତ

ଶିବପୁରୀ: ପ୍ରଥମେ ମନ୍ଦିର ଲୁଟିଲେ ଓ ପରେ ମନ୍ଦିର ପରିସରରେ ରହୁଥିବା ପୂଜକଙ୍କୁ ନିର୍ମମ ଭାବେ ହତ୍ୟା କଲେ ଲୁଟେରା | ଉତ୍ତରପ୍ରଦେଶର ଶିବପୁରୀରେ ଏଭଳି ଏକ ଲୋମହର୍ଷକ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଲଖନଉର ଶିବପୁରୀ ଗ୍ରାମରେ ଥିବା ଐତିହାସିକ ରଣବାବା ମହାଦେବ ମନ୍ଦିରରେ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଟେରାମାନେ ଲୁଟ କରିଥିଲେ | ଆଉ ଏହି ମନ୍ଦିର ପରିସରରେ ରହୁଥିବା ବାବା ଫକିର ଦାସ (୮୦) ଙ୍କୁ ଲୁଟ୍ କରି ନିର୍ଦ୍ଦୟ ଭାବରେ ହତ୍ୟା କରିଥିଲେ। ଆଜି ସକାଳେ ଭକ୍ତମାନେ ମନ୍ଦିରରେ ପହଂଚିଥିବାବେଳେ ମନ୍ଦିର ଲୁଟ ହୋଇଥିବାବେଳେ ପୂଜକଙ୍କ ମୃତଦେହ ଦେଖିବାକୁ ପାଇଥିଲେ |

ଏହା ପରେ ଶ୍ରଦ୍ଧାଳୁମାନେ ପୁଲିସକୁ ସୂଚନା ଦେଇଥିଲେ | ପୁଲିସ ଘଟଣାସ୍ଥଳରେ ପହଂଚି ଛାନଭିନ ଚଳାଇଛି |ପୁଲିସର ସୂଚନା ମୁତାବକ ମନ୍ଦିରର ଦାନ ବାକ୍ସ ଭଙ୍ଗାଯାଇଥିବାବେଳେ ୩ କିଲୋ ଓଜନର ସୁନାଗହଣା ଲୁଟେରାମାନେ ଲୁଟିନେଇଛନ୍ତି | ଅନ୍ୟପଟେ ଗ୍ରାମବାସୀ କହିଛନ୍ତି ଯେ ବାବା ପ୍ରାୟ ୧୫ ବର୍ଷ ଧରି ଏଠାରେ ରହୁଥିଲେ। ଏହି ସ୍ଥାନଟି ଅତ୍ୟନ୍ତ ନିଛାଟିଆ ହୋଇଥିବାରୁ ଲୋକଙ୍କର ସେତେ ଯାତାୟାତ ନଥିଲା | ଆଉ ଏହାର ସୁଯୋଗ ନେଇ କେହି ମନ୍ଦିରକୁ ଲୁଟିବା ସହ ବାବାଙ୍କୁ ହତ୍ୟା କରିଛି |

वारदात स्थल का एक दृश्य।
photo-amarujala

ଗ୍ରାମବାସୀଙ୍କ ସୂଚନା ପାଇବା ପରେ ଆରକ୍ଷୀ ଅଧିକ୍ଷକଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ତଦନ୍ତ କରାଯାଉଛି | ଏହି ଘଟଣାରେ କେତେଜଣ ସମ୍ପୃକ୍ତ ଅଛନ୍ତି ପୁଲିସ ସେ ନେଇ ତଦନ୍ତ କରୁଛି | ଏସପି କହିଛନ୍ତି ଯେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ମନ୍ଦିର ଚାରିପାଖରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରାଯାଉଛି। ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ପୁଲିସ ଏହି ଘଟଣାର ତଦନ୍ତ କରୁଛି। ଅନୁସନ୍ଧାନ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର