ନୂଆଦିଲ୍ଲୀ: ଏକ ‘ଲଭ୍ ଜିହାଦ’ ମମାଲାର ବିଚାର କରି କେରଳ ହାଇକୋର୍ଟ ପ୍ରଦାନ କରିଥିବା ଏକ ରାୟକୁ ଗୁରୁବାର ଦେଶର ସର୍ବୋଚ୍ଚ ନାୟ୍ୟାଳୟ ସୁପ୍ରିମ୍ କୋର୍ଟ ରଦ୍ଦ କରି ଦେଇଛନ୍ତି।
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, କେରଳର ଜନୈକା ୨୬ ବର୍ଷ ବୟସ୍କା ମହିଳା ହାଦିଆ ନିଜକୁ ଇସଲାମ୍ ଧର୍ମରେ ଧର୍ମାନ୍ତରୀକରଣ କରାଇବା ସହ ସାଫିନ୍ ଜାହାନ୍ ନାମକ ଜନୈକ ମୁସଲମାନ ଯୁବକଙ୍କୁ ବିବାହ କରିଥିଲେ। ତେବେ, ଏହା ବିରୋଧରେ ହାଦିଆଙ୍କ ପିତା କେରଳ ହାଇକୋର୍ଟରେ ଆଗତ କରିଥିବା ଏକ ମାମଲାର ବିଚାର କରି, କେରଳ ହାଇକୋର୍ଟର ଏକ ଖଣ୍ଡପୀଠ ଏହାକୂ ‘ଲଭ୍ ଜେହାଦ’ ବୋଲି କହିବା ସହ ଏହି ବିବାହକୁ ଅସିଦ୍ଧଳୂ ଘୋଷଣା କରିଥିଲେ ଏବଂ ହାଦିଆଙ୍କୁ ତାଙ୍କ ପିତାମାତାଙ୍କ ନିକଟକୁ ପଠାଇ ଦେଇଥିଲେ। ତେବେ, କେରଳ ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ସଫିନ୍ ସୁପ୍ରମ୍ କୋର୍ଟରେ ଏକ ମାମଲା ଆଗତ କରିଥିଲେ।
ସୁପ୍ରମ୍ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର, ଜଷ୍ଟିସ୍ ଏଏମ୍ ଖାନ୍ଓ୍ଵିଲ୍କର ଓ ଜଷ୍ଟିସ୍ ଡିଓ୍ଵାଇ ଚନ୍ଦ୍ରଚୁଡ୍ଙ୍କୁ ନେଇ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ବିଚାର କରି କେରଳ ହାଇକୋର୍ଟର ରାୟକୁ ରଦ୍ଦ କରିବା ସହ ହାଦିଆ ଓ ଜାହାନ୍୍ଙ୍କ ବିବାହକୁ ସ୍ୱୀକୃତି ପ୍ରଦାନ କରିଛନ୍ତି। ଲଭ୍ ହିହାଦ୍ ମାମଲାରେ ସୁପ୍ରିମ୍ କୋର୍ଟଙ୍କ ଏହି ରାୟକୁ ଏକ ଯୁଗାନ୍ତକାରୀ ରାୟ ବୋଲି ବିବେଚନା କରାଯାଉଛି। କାରଣ, ସୁପ୍ରିମ୍ କୋର୍ଟ ତାଙ୍କ ରାୟରେ କହିଛନ୍ତି ଜଣେ ପ୍ରାପ୍ତ ବୟସ୍କ ମହିଳା ବା ପୁରୁଷଙ୍କୁ ତାଙ୍କ ନିଜ ଇଚ୍ଛା ମୁତାବକ ବିବାହ କରିବାର ସ୍ାଧୀନତା ରହିଛି।