କରୋନାକାଳୀନ ପ୍ରେମବିବାହ, କେଉଁଠି କାର୍ଯ୍ୟସ୍ଥଳୀରେ ତ କେଉଁଠି ଜୁମ୍ ଆପରେ..

ନୂଆଦିଲ୍ଲୀ: ଲଣ୍ତନ ସହରରେ ମହାମାରୀ କୋଭିଡ୍ ବିରୋଧରେ ସମ୍ମୁଖ ଯୋଦ୍ଧା ପାଲଟିଥିବା ଡାକ୍ତର ଜାନ୍ ଟିପ୍‌ଲିଂ ଏବଂ ସେବିକା ଆନ୍ନାଲମ୍ ନବରତ୍ନମ୍ ସେମାନଙ୍କ ପ୍ରେମବିବାହକୁ ନିଜ କାର୍ଯ୍ୟସ୍ଥଳ ଡାକ୍ତରଖାନାରେ ହିଁ ସଂଘଟିତ ହେବାକୁ ଚାହିଥିଲେ। ଶେଷରେ ସେୟା ହେଲା। ଏହି ନବଦମ୍ପତିଙ୍କ ବିବାହ ଫଟୋ ସମ୍ବଳିତ ପ୍ରେମ କାହାଣୀ ଏବେ ହଜାର ହଜାର ଇଣ୍ଟରନେଟ୍ ବ୍ୟବହାରୀକାରୀଙ୍କୁ ମୁଗ୍ଧ କରିଛି। ସେହିପରି ନ୍ୟୁୟର୍କ ସହରରେ ଲକ୍‌ଡାଉନ୍ ସ୍ଥିତି ଜାରି ହେବାର ଯଥେଷ୍ଟ ଆଗରୁ ପ୍ରେମୀ ଯୁଗଳ ମାର୍କ ଭାନ୍ ନେମ୍ ଏବଂ ଜେନ୍ ଓ’ ଲେରି ମାସ ମାସ ଧରି ସେମାନଙ୍କ ବିବାହ ଯୋଜନା କରିଆସୁଥିଲୋ ତେବେ ଲକ୍ଡାଉନ୍ ଯୋଗୁଁ ସେଇ ବିରଳ ମୁହୂର୍ତ୍ତକୁ ଆଉ ଅଧିକ ଦିନ ନ ଟାଳିବାକୁ ଇଚ୍ଛା କରି ସେମାନେ ଜୁମ୍ ମାଧ୍ୟମରେ ନିକଟ ସମ୍ପର୍କୀୟଙ୍କ ଅନ୍‌ଲାଇନ୍ ଉପସ୍ଥିତିରେ ହିଁ ବିବାହ କରିଥିଲେ।

ଆଉ ଏକ ଘଟଣାରେ ନ୍ୟୁୟର୍କରେ ଲକ୍‌ଡାଉନ୍ ବେଳେ ବ୍ରୁକଲିନ୍‌ରେ ଅବସ୍ଥାପିତ ଫଟୋଗ୍ରପାଫର ଜେରେମି କୋହେନ୍‌ ନିଜ ଡ୍ରୋନ୍ କ୍ୟାମେରା ସହାୟତାରେ ଜଣେ ପଡୋ଼ଶିନୀଙ୍କ ପାଖକୁ ପ୍ରେମ ବାର୍ତ୍ତା ପଠାଇ ତାଙ୍କ ମନ ଜିଣିବା ସହ ତାଙ୍କୁ ନିର୍ଦ୍ଦିଷ୍ଟ ତାରିଖରେ ମଧ୍ୟ ବିବାହ ପାଇଁ ରାଜି କରାଇଥିଲେ। ଯାହା ସାମାଜିକ ଗଣମାଧ୍ୟମରେ ଜଙ୍ଗଲନିଆଁ ପରି ବ୍ୟାପିଯାଇଥିଲା। ଆମ ଭାରତରେ ମଧ୍ୟ ଅନୁରୂପ ପ୍ରେମ କାହାଣୀ ଅନେକଙ୍କୁ ଉତ୍ସାହିତ କରିଛିା କେରଳର ପ୍ରେମୀଯୁଗଳ ବିଜ୍ଞେଶ କେଏମ୍ ଏବଂ ଅଞ୍ଜଳି ରଞ୍ଜିତ୍ ଦୀର୍ଘ ବର୍ଷେ ହେଲା ବିବାହ ଯୋଜନା କରି ଆସୁଥିବା ବେଳେ ଲକ୍‌ଡାଉନ୍‌ କଣ୍ଟା ସାଜିଥିଲା। ଫଳରେ ସେମାନେ ନିଜର ଶୁଭ ପରିଣୟକୁ ଜୁମ୍ ପ୍ଲାଟଫର୍ମର ଭିଡିଓ କନ୍‌ଫରେନସିଂରେ ସାରିବା ପାଇଁ ମନସ୍ଥ କଲେ। ଅବଶ୍ୟ ଗୃହବନ୍ଦୀ ଅବସ୍ଥାରେ କେବଳ ନିଜ ସନ୍ତାନସନ୍ତତିଙ୍କର ବିବାହ ଦୃଶ୍ୟ ଉପଭୋଗ କରିଥିବା ସେମାନଙ୍କ ମାଆବାପା ଲକ୍‌ଡାଉନ୍ ଖୋଲିବା ପରେ ସ୍ପିଡ୍ ପୋଷ୍ଟ ମାଧ୍ୟମରେ କନ୍ୟା ପାଇଁ ମଙ୍ଗଳସୂତ୍ର ଏବଂ ବର ପାଇଁ ଆବଶ୍ୟକ ପୋଷାକପତ୍ର ପଠାଇ ଆଶୀର୍ବାଦ କରିଥିଲେ।

ସମ୍ବନ୍ଧିତ ଖବର