ମୁମ୍ବାଇ: ପ୍ରେମ, କାମୁକତା ନୁହେଁ କହି ଜଣେ ୧୩ ବର୍ଷୀୟ ବାଳିକା ସହିତ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହୋଇଥିବା  ୨୬ ବର୍ଷିୟ ଯୁବକଙ୍କୁ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ୍‌ ଜାମିନ ମଞ୍ଜୁର କରିଛନ୍ତି।

Advertisment

ଜାମିନ ମଞ୍ଜୁର କରି ଅଦାଲତ କହିଲେ ଯେ, ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଅଭିଯୋଗ କରାଯାଉଥିବା ଦୈହିକ ସମ୍ପର୍କ କାମୁକତା ନୁହେଁ, ପ୍ରେମ ଯୋଗୁଁ ହୋଇଥିବା ପରି ମନେହେଉଛି।

ନାବାଳିକାଙ୍କ ବାପା ଫାଇଲ୍‌ କରିଥିବା ମାମଲାରେ ନୀତିନ ଧାବେରାଓ ନାମକ ଉକ୍ତ ଅଭିଯୁକ୍ତଙ୍କ ଜାମିନ ଆବେଦନ ଶୁଣାଣି କରି ନାଗପୁର ବେଞ୍ଚ୍‌ର ବିଚାରପତି ଊର୍ମିଳା ଯୋଶୀ-ଫାଲ୍‌କେ କହିଲେ ଯେ, ସ୍ବ ଇଚ୍ଛାରେ ଘରୁ ବାହାରିଥିଲା ବୋଲି ଝିଅ କହିଛି। ସେହିପରି, ଅଭିଯୁକ୍ତ ବି ସ୍ବଳ୍ପ ବୟସ୍କ ଏବଂ ପ୍ରେମ ଯୋଗୁଁ ଦୁହେଁ ଏକତ୍ର ହୋଇଥିଲେ।

publive-image Image Courtesy of Bar and Bench

ଅଦାଲତ କହିଛନ୍ତି, ଜାମିନ ଆବେଦନକାରୀ ମଧ୍ୟ ୨୬ ବର୍ଷର ତରୁଣ। ପ୍ରେମ ହେତୁ ଦୁହିଁଙ୍କ ମଧ୍ୟରେ ନିବିଡ଼ତା ଆସିଛି। ମନେ ହେଉଛି, ଯୁବାଙ୍କ ମଧ୍ୟରେ ପରସ୍ପର ପ୍ରତି ଆକର୍ଷଣ ଥିବାରୁ ଦୈହିକ ସମ୍ପର୍କ ସ୍ଥାପିତ ହୋଇଛି। ଏହା କାମୁକତାଜନିତ ଯୌନ ଉତ୍ପୀଡ଼ନ ନୁହେଁ।

ନାବାଳିକାଙ୍କ ବାପା ଅଭିଯୋଗ କରିଥିଲେ ଯେ, ବହି ଆଣିବା ବାହାନାରେ ତାଙ୍କ ୧୩ ବର୍ଷୀୟ ଝିଅ ୨୦୨୦ ଅଗଷ୍ଟ ୨୩ ତାରିଖରେ ଘରୁ ବାହାରକୁ ଯାଇ ଆଉ ଫେରି ନ ଥିଲା। ସେ ନିରୁଦ୍ଦିଷ୍ଟ ରିପୋର୍ଟ କରିବା ପରେ ପୁଲିସ ତାକୁ ଠାବ କରିଥିଲା। ପୁଲିସକୁ ଝିଅ କହିଥିଲା ଯେ, ଅଭିଯୁକ୍ତ ଓ ତା’ ମଧ୍ୟରେ ପ୍ରେମ ସମ୍ପର୍କ ଅଛି। ଅଭିଯୁକ୍ତ ତାଙ୍କୁ ବାହା ହେବେ ବୋଲି ପ୍ରତିଶ୍ରୁତି ବି ଦେଇଥିଲେ। ତେଣୁ, ସେ ଘରୁ ଗହଣା ଓ ନଗଦ ଟଙ୍କା ନେଇ ତାଙ୍କ ସହିତ ପଳାଇ ଯାଇଥିଲା। ତା’ପରେ ସେମାନେ ରାଜ୍ୟ ବାହାରେ ଅନେକ ସ୍ଥାନରେ ଅବସ୍ଥାନ କରିଥିଲେ।