କରୋନାର ଦ୍ଵିତୀୟ ଲହର ଆରମ୍ଭ କରିଥିଲା ପ୍ରେମ ଲହରୀ: ଏମିତି ଆରମ୍ଭ ହୋଇଥିଲା ଟିନା-ପ୍ରଦୀପଙ୍କ ଲଭଷ୍ଟୋରୀ

ନୂଆଦିଲ୍ଲୀ:୨୦୧୫ର ଆଇଏଏସ ଟପ୍ପର ଟିନା ଡାବି ପୁଣି ଥରେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି | ଟିନା ଡାବି, ୨୦୧୩ ବ୍ୟାଚର ଆଇଏଏସ ଅଧିକାରୀ ପ୍ରଦୀପ ଗାୱାଣ୍ଡେଙ୍କୁ ବିବାହ କରିବାକୁ ଯାଉଛନ୍ତି | ଟିନା ଡାବିଙ୍କ ଭାବି ସ୍ୱାମୀ ପ୍ରଦୀପ ଗାୱାଣ୍ଡେ ରାଜସ୍ଥାନ କ୍ୟାଡରର ୨୦୧୩ ବ୍ୟାଚ୍ ଆଇଏଏସ ଅଧିକାରୀ | ଆସନ୍ତା ଏପ୍ରିଲ୍‌ ୨୦ରେ ବିବାହ ତାରିଖ ସ୍ଥିର ହୋଇଥିବାବେଳେ ଜୟପୁରରେ ଏପ୍ରିଲ୍‌ ୨୨ ତାରିଖରେ ଏକ ଗ୍ରାଣ୍ଡ୍‌ ରିସେପ୍‌ସନ୍‌ର ଯୋଜନା ମଧ୍ୟ ରହିଛି। ତେବେ ଆପଣ ଜାଣିଛନ୍ତି କି କରୋନାର ଦ୍ଵିତୀୟ ଲହର ଯୋଗୁଁ ଉଭୟଙ୍କ ପ୍ରେମଗାଡି ଗଡିଥିଲା |

ଏକ ସାକ୍ଷାତକାରରେ ଟିନା ଏବାବଦରେ ଖୁଲାସା କରିଛନ୍ତି | ମିଳିଥିବା ସୂଚନା ମୁତାବକ କୋଭିଡ ଦ୍ୱିତୀୟ ଲହର ସମୟରେ ଆଇଏଏସ୍ ଟିନା ଡାବି ଏବଂ ପ୍ରଦୀପ ଗାୱାଣ୍ଡେଙ୍କୁ ପରସ୍ପରକୁ ଭେଟିଥିଲେ | ଉଭୟ ରାଜସ୍ଥାନ ସ୍ୱାସ୍ଥ୍ୟ ବିଭାଗରେ ଏକାଠି କାମ କରୁଥିଲେ। ଏହି ସମୟ ମଧ୍ୟରେ ଉଭୟ ପରସ୍ପରର ନିକଟତର ହୋଇଥିଲେ। ଏକାଠି କାମ କରିବାବେଳେ ଉଭୟଙ୍କ ମଧ୍ୟରେ ଏକ ବନ୍ଧୁତା ସୃଷ୍ଟି ହୋଇଥିଲା ​​|

ତା’ପରେ ଧୀରେ ଧୀରେ ସେମାନଙ୍କର ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା | କୁହାଯାଉଛି ଯେ ଏହା ପରେ ଦୁହେଁ ପରସ୍ପର ବିଷୟରେ ଅନେକ କିଛି ଜାଣିବାକୁ ପାଇଲେ ଏବଂ ଏହା ବିବାହର ରୂପ ନେବାକୁ ଯାଉଛି | ଏକ ସାକ୍ଷାତକାରରେ ଟିନା ଡାବି କହିଛନ୍ତି ଯେ ପ୍ରଦୀପ ଗାୱାଣ୍ଡେ ଜଣେ ଭଲ ବ୍ୟକ୍ତି। ପ୍ରଦୀପ ମୋତେ ପ୍ରଥମେ ପ୍ରପୋଜ କରିଥିଲେ, ଯଦିଓ ଆମେ ଦୁହେଁ ପରସ୍ପରକୁ ପସନ୍ଦ କରୁଥିଲୁ |

ସମ୍ବନ୍ଧିତ ଖବର