ନୂଆଦିଳ୍ଳୀ: ଦିନକୁ ଦିନ ସୀମା ପାର୍ ପ୍ରେମ କାହାଣୀର ସଂଖ୍ୟା ଅଧିକ ଦେଖିବାକୁ ମିଳୁଛି। ଦୁଇଟି ଭିନ୍ନ ଦେଶର ଦୁଇ ପୁରୁଷ ଓ ମହିଳାଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିବା ଓ ପ୍ରେମ ପାଇଁ ଦେଶ ପାର୍ କରିବା ପରି ଅନେକ ମାମଲା ଅତୀତରେ ଦେଖିବାକୁ ମିଳି ସାରିଲାଣି ପାକିସ୍ତାନର ସୀମା ହାଇଦର୍ରୁ ନେଇ ଭାରତର ଅଞ୍ଜୁ ହେଉଛନ୍ତି ତାହାର ଜ୍ବଳନ୍ତ ଉଦାହରଣ।
ଏବେ ଏକ ଚକିତ କରିବା ପରି ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଏହି କାହାଣୀରେ ପ୍ରେମୀ ଦ୍ବଦୟ ନିଜ ବୟସକୁ ଖାତିର ନକରି ପରସ୍ପରଙ୍କ ପ୍ରତି ଆକୃଷ୍ଟ ହୋଇଛନ୍ତି। ଘଟଣାଟି ହେଉଛି, ଜଣେ ୩୫ ବର୍ଷୀୟ ପାକିସ୍ତାନୀ ଯୁବକ ପ୍ରେମରେ ପଡ଼ିଛନ୍ତି ଜଣେ ୭୦ ବର୍ଷୀୟା କାନାଡାର ମହିଳାଙ୍କ ସହ। ତେବେ ସେ ଦୁହେଁ, ଏବେ ଆଉ କେବଳ ପ୍ରେମୀଯୁଗଳ ହୋଇନାହାନ୍ତି। କାରଣ ଏହି ପାକିସ୍ତାନୀ ଯୁବକ ଓ କାନଡୀୟ ମହିଳା ପରସ୍ପରଙ୍କୁ ବିବାହ କରି ସାରିଛନ୍ତି।
ଡେଲି ପାକିସ୍ତାନର ରିପୋର୍ଟ ମୁତାବକ, ଏହି ଯୁବକଙ୍କ ନାମ ନଇମ୍। ଏହି ପତି-ପତ୍ନୀଙ୍କ ମଧ୍ୟରେ ଥିବା ବୟସ ବ୍ୟବଧାନକୁ ନେଇ ଲୋକେ ବିଭିନ୍ନ କଥା ହେଉଛନ୍ତି। କେହି କେହି ବିବାହର କାରଣ ପ୍ରେମ ନୁହେଁ, ଆଉ କିଛି ବୋଲି କେହି କେହି ଚର୍ଚ୍ଚା କରୁଛନ୍ତି।
ନଇମ୍ ସେମାନଙ୍କ ସଂପର୍କକୁ ନେଇ ଏକ ସାକ୍ଷାତ୍କାରରେ କହିଛନ୍ତି ଯେ ସେ ଓ ତାଙ୍କ ପତ୍ନୀ ୧୦ ବର୍ଷ ତଳୁ ସୋସିଆଲ୍ ମିଡିଆ ଜରିଆରେ ବନ୍ଧୁ ବନିଥିଲେ।
ନଇମ୍ଙ୍କୁ କେହି କେହି ଗୋଲ୍ଡ ଡିଗର୍ ବା ଟଙ୍କା ପାଇଁ ବିବାହ କରିଥିବା କହୁଥିବା ବେଳେ ସେ କିନ୍ତୁ କହିଛନ୍ତି ଯେ ତାଙ୍କ ପତ୍ନୀ ଧନୀ ନୁହନ୍ତି ଯେ ସେ ଟଙ୍କା ପାଇଁ ବିବାହ କରିଛନ୍ତି।