ହସ୍ପିଟାଲ ବିଛଣାରେ ବସି ‘ଲଭ ୟୁ ଜିନ୍ଦେଗି’ ଗୀତ ଶୁଣୁଥିବା ଯୁବତୀଙ୍କ ହେଲା ମୃତ୍ୟୁ, ସୋନୁ ସୁଦ ବଖାଣିଲେ ଦୁଃଖ

ମୁମ୍ବାଇ: କରୋନା ମହାମାରୀ ସମୟରେ ପ୍ରତିଦିନ ଯେଭଳି ଖବର ସାମ୍ନାକୁ ଆସୁଛି। ତାହାକୁ ଦେଖି ମନ ବିଚଳିତ ହୋଇପଡ଼ୁଛି। ନିକଟରେ ଦିଲ୍ଲୀ ଡାକ୍ତରଖାନାର ଜଣେ ଯୁବତୀଙ୍କ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ଯୁବତୀ ଜଣକ ଡାକ୍ତରଖାନାର ବିଛଣା ଉପରେ ବସି ‘ଡିଅର ଜିନ୍ଦେଗି’ ଫିଲ୍ମର ‘ଲଭ୍ ୟୁ ଜିନ୍ଦେଗି’ ଗୀତ ଶୁଣିଶୁଣି ଝୁମି ଯାଉଥିଲେ।

ତେବେ ଖବର ମିଳିଛି କି ଉକ୍ତ ଯୁବତୀ ଜଣକ କରୋନା ଯୁଦ୍ଧରେ ହାରିଯାଇଛନ୍ତି। ସୋସିଆଲ ମିଡିଆରେ ଯୁବତୀ ଜଣକ କରୋନା ସହିତ ସଂଘର୍ଷ କରୁଥିବାର ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାର ତାଙ୍କ ସୁସ୍ଥ କାମନା କରିଥିଲେ।
ଯୁବତୀ ଜଣକ ଭର୍ତ୍ତି ହୋଇଥିବା ଡାକ୍ତରଖାନାର ଡାକ୍ତର ମୋନିକା ଲଙ୍ଗେ ଗୁରୁବାର ଯେତେବେଳେ ଯୁବତୀଙ୍କ ମୃତ୍ୟୁ ଖବର ଦେଇଥିଲେ। ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ସହିତ ସୋନୁ ସୁଦ ମଧ୍ୟ ଦୁଃଖରେ ଭାଙ୍ଗି ପଡିଥି‌ଲେ।

ଡାକ୍ତର ମୋନିକା ଲେଖିଛନ୍ତି- ‘ମୁଁ ବହୁତ ଦୁଃଖିତ … ଆମେ ଏହି ସାହସୀ ଆତ୍ମାକୁ ହରାଇଛୁ। ଦୟାକରି ପରିବାର ଏବଂ ପିଲାମାନଙ୍କ ପାଇଁ ପ୍ରାର୍ଥନା କରନ୍ତୁ ସେମାନେ ଏହାକୁ ସହି ପାରନ୍ତୁ ।’


ମୋନିକାଙ୍କ ଟ୍ୱିଟକୁ ଜବାବ ଦେଇ ସୋନୁ ସୁଦ ଲେଖିଛନ୍ତି – ‘ବହୁତ ଦୁଃଖଦାୟକ। କେବେ ଭାବି ନଥିଲି ଯେ ସେ ନିଜ ପରିବାରକୁ ଆଉ ଦେଖି ପାରିବେ ନାହିଁ । ଜୀବନ ଅତ୍ୟନ୍ତ ଅନ୍ୟାୟ ଅଟେ । ଜୀବନ ଥିଲା ଯାହା ବଞ୍ଚିବାର ମୂଲ୍ୟ ଥିଲା କିନ୍ତୁ ଚାଲିଗଲା । ଆମ ଜୀବନ କେତେ ସ୍ୱଭାବିକ ହୋଇପାରେ ସେଥିରେ କିଛି ଫରକ ପଡ଼େ ନାହିଁ, କିନ୍ତୁ ଆମେ ଏଥିରୁ କେବେବି ବାହାରି ପାରିବୁ ନାହିଁ ।

ସମ୍ବନ୍ଧିତ ଖବର