ବିବାହିତା ପ୍ରେମିକା ଦେଲାନାହିଁ ୪ ଲକ୍ଷ ଟଙ୍କା, ବେକ କାଟିଦେଲା ପ୍ରେମିକ

ରାଞ୍ଚି: ଝାଡଖଣ୍ଡର ଧାନବାଦରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଆଜି ଧାନବାଦର ବାରମାସିଆରେ ରହୁଥିବା ଜଣେ ଯୁବକ ତାଙ୍କ ବିବାହିତା ପ୍ରେମିକାଙ୍କୁ ୪ ଲକ୍ଷ ଟଙ୍କା ପାଇଁ ହତ୍ୟା ଉଦ୍ୟମ କରିଛି | ପ୍ରେମିକ ସୁରଜ କୁମାର ଯାଦବ ତାଙ୍କ ପ୍ରେମିକାଙ୍କୁ ଛୁରୀରେ ଆକ୍ରମଣ କରିଥିଲା। ଆଉ ପ୍ରେମିକାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ଯୁବତୀଙ୍କ ଅନେକ ସ୍ଥାନରେ ଆଘାତ ଲାଗିଥିବାବେଳେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମହିଳା ଜଣକ କହିଛନ୍ତି ଯେ ଗତ ୪ ବର୍ଷ ହେଲା ସୁରଜଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା | ତେବେ ପ୍ରେମିକ ସୁରଜ କିଛିଦିନ ହେଲା ୪ ଲକ୍ଷ ଟଙ୍କା ମାଗୁଥିଲେ | ଏହି ଘଟଣା ବାବଦରେ ଜଣାପଡିବା ପରେ ବର୍ତ୍ତମାନ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି |

ପୁଲିସ ଅଧିକାରୀଙ୍କ କହିବା ମୁତାବକ ଯୁବକ ଜଣକ ବାରମାସିଆରେ ଥିବା ତାଙ୍କ ବନ୍ଧୁଙ୍କ ଘରେ ଭଡାରେ ରହୁଥିବାବେଳେ ମହିଳା ଜଣକ ଶାଶୁଘରେ ରୁହନ୍ତି। ମହିଳାଙ୍କର ଏକ ସନ୍ତାନ ମଧ୍ୟ ଅଛି | ମହିଳାଙ୍କ ସ୍ୱାମୀ କେରଳରେ କାମ କରନ୍ତି। ଆହତ ମହିଳା ଜଣକ କହିଛନ୍ତି ଯେ ସୁରଜ ତାଙ୍କୁ ସକାଳେ ବାରମାସିଆରେ ଭେଟିବାକୁ ଡାକିଥିଲେ। ଆଉ ସେ ପହଂଚିବା ପରେ ସୁରଜ ପୂର୍ବରୁ ବାରମ୍ବାର ଦାବି କରିଆସୁଥିବା ୪ ଲକ୍ଷ ଟଙ୍କା ମାଗିବା ଆରମ୍ଭ କରିଥିଲେ | ତେବେ ମହିଳା ଜଣକ ଏନେଇ ମନା କରିବା ପରେ ସୁରଜ ତାଙ୍କ ମୋବାଇଲ୍ ଛଡ଼ାଇ ନେଇଯାଇଥିଲେ ।

ଏହାପରେ ସୁରଜ ପାଖରେ ଲୁଚାଇ ରଖିଥିବା ଛୁରୀରେ ଆକ୍ରମଣ କରିଥିଲେ। ସୁରଜଙ୍କ ଆକ୍ରମଣରେ ମହିଳାଙ୍କ ବେକ ସହ ଡାହାଣ ହାତର ଆଙ୍ଗୁଠିରେ ଆଘାତ ଲାଗିଛି | ଏହି ଘଟଣା ପରେ ପ୍ରେମିକ ସୁରଜ ମୋବାଇଲ୍ ଫୋନ୍ ନେଇ ସେଠାରୁ ପଳାଇ ଯାଇଥିଲେ। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଅଭିଯୁକ୍ତ ସୁରଜକୁ ଧରିବାକୁ ପୁଲିସ ଛାନଭିନ ଚଳାଇଛି |

ସମ୍ବନ୍ଧିତ ଖବର