ସରକାରୀ ଚାକିରି ମିଳିବା ପରେ ଆଉ ପସନ୍ଦ ଆସିଲାନି ପ୍ରେମିକା

ଆଲିଗଡ: ସରକାରୀ ଚାକିରି ମିଳିବା ପରେ ପ୍ରେମିକା ସହ ଆଉ ସମ୍ପର୍କ ରଖିଲାନି ପ୍ରେମିକ | ଆଉ ସେହି ଦୁଃଖରେ ଭାଙ୍ଗିପଡି ଆତ୍ମହତ୍ୟା କଲା ପ୍ରେମିକା | ଉତ୍ତରପ୍ରଦେଶର ଆଲିଗଡରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି | ମିଳିଥିବା ସୂଚନା ମୁତାବକ ଆଲିଗଡ ଥାନାର ସିଭିଲ ଲାଇନ ଅଞ୍ଚଳରେ ଗତକାଲି ଜଣେ ଯୁବତୀ ଆତ୍ମହତ୍ୟା କରିଥିଲେ | ଯୁବତୀ ଜଣକ ନିକଟସ୍ଥ କଲେଜରେ ଯୁକ୍ତ ତିନି ପଢୁଥିବାବେଳେ ସେ ଆତ୍ମହତ୍ୟା କରିଥିବାନେଇ ତାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ | ପରିବାର ଲୋକଙ୍କ କହିବା ଅନୁଯାୟୀ ୨୧ ବର୍ଷୀୟ ଝରଣା(ଛଦ୍ମନାମ) ସ୍ଥାନୀୟ ଧର୍ମାସମାଜ ମହାବିଦ୍ୟାଳୟରେ ଯୁକ୍ତ ତିନିରେ ପାଠ ପଢୁଥିଲେ |

ଗତକାଲି ଘରେ ଦଉଡି ଦେଇ ସେ ଆତ୍ମହତ୍ୟା କରିଥିଲେ | ଯୁବତୀ ଜଣକ ସ୍ଥାନୀୟ ରେଲୱେ କଲୋନୀର ଜଣେ ଯୁବକଙ୍କୁ ଦୀର୍ଘ ଦେଢ଼ ବର୍ଷ ଧରି ପ୍ରେମ କରୁଥିଲେ | ଯୁବତୀଙ୍କ ପରିବାର ସଦସ୍ୟ ଝିଅଙ୍କର ଅନ୍ୟତ୍ର ବାହାଘର ପାଇଁ ସ୍ଥିର କରିଥିଲେ ବି ଝିଅ ଜଣକ ନିଜ ପ୍ରେମିକଙ୍କ ପାଇଁ ବାହାଘର ପାଇଁ ରାଜି ନଥିଲେ | ତେବେ ପ୍ରେମିକ ଜଣକ କିଛି ଦିନ ତଳେ ଏକ ସରକାରୀ ଚାକିରି ପାଇଥିଲେ | ଆଉ ଚାକିରି ପାଇବା ପରେ ଯୁବକ ଜଣକ ଆଉ ଯୁବତୀଙ୍କ ସହ କଥା ହୋଇନଥିଲେ |

ଯୁବତୀଙ୍କ ସହ ସେ ସମ୍ପର୍କ ଛିନ୍ନ କରିଦେଇଥିଲେ | ଏହି ଘଟଣାକୁ ନେଇ ଯୁବତୀ ଜଣକ ମନସ୍ତାପରେ ଥିଲେ | ସେଥିପାଇଁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ଯୁବତୀଙ୍କ ପରିବାର ସଦସ୍ୟ କହିଛନ୍ତି | ପୁଲିସ ବର୍ତ୍ତମାନ ଘଟଣାର ତଦନ୍ତ କରୁଛି |

ସମ୍ବନ୍ଧିତ ଖବର