୮ ବର୍ଷ ଧରି ପ୍ରେମରେ ସମୟ ନଷ୍ଟ କରିଥିବାରୁ ପ୍ରେମିକ ନାମରେ ମକଦ୍ଦମା ଦାୟର କଲେ ପ୍ରେମିକା

ଜାମ୍ବିଆ: ୮ ବର୍ଷ ଧରି ସାଙ୍ଗରେ ରହିବା ପରେ ବିବାହ ପାଇଁ ମନା କରିବାରୁ ଜଣେ ପ୍ରେମିକା, ପ୍ରେମିକ ନାମରେ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି | ପୁଲିସ ନିକଟରେ ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ୮ ବର୍ଷ ଧରି ପ୍ରେମ କରିବା ପରେ ବି ବିବାହ କରିବାକୁ ପ୍ରେମିକ ଜଣକ ମନା କରିଦେଇଛନ୍ତି | ଆଉ ୮ ବର୍ଷ ଧରି ପ୍ରେମିକ ସମୟ ନଷ୍ଟ କରିଥିବାରୁ ସେ ମକଦ୍ଦମା ଦାୟର କରିଛନ୍ତି | ପ୍ରେମିକାଙ୍କର ବୟସ ୨୬ ବର୍ଷ ହୋଇଥିବାବେଳେ ତାଙ୍କ ନାମ ହେଉଛି ଗର୍ଟରୁଡ୍ ନାଗମା |

ଏହି ଘଟଣାଟି ଆଫ୍ରିକୀୟ ଦେଶ ଜାମ୍ବିଆରେ ଘଟିଥିବାବେଳେ ନାଗମା ଅଭିଯୋଗ କରିଛନ୍ତି ଯେ, ପ୍ରେମିକ କେବେ ବି ବିବାହ ପାଇଁ ରାଜି ହେଉନଥିବାରୁ ମକଦ୍ଦମା ଦାୟର କରିବାକୁ ପଡିଛି । ନାଗମାଙ୍କ ପ୍ରେମିକଙ୍କ ନାମ ହର୍ବଟ ହୋଇଥିବାବେଳେ ଉଭୟଙ୍କର ଏକ ପୁତ୍ର ସନ୍ତାନ ଅଛି | ତେବେ ପ୍ରେମିକ କହିଛନ୍ତି ଯେ ଆର୍ଥିକ ଅବସ୍ଥା କାରଣରୁ ସେ ବିବାହ ପାଇଁ ପ୍ରସ୍ତୁତ ନୁହଁନ୍ତି।

କିନ୍ତୁ, ନାଗମା ପ୍ରେମିକଙ୍କର ଅନ୍ୟ ଝିଅଙ୍କ ସହ ସମ୍ପର୍କ ଥିବାର ସନ୍ଦେହ କରିଛନ୍ତି | ଆଉ ୮ ବର୍ଷ ଧରି ଅଯଥାରେ ସମୟ ନଷ୍ଟ କରିଥିବାରୁ ସେ ମକଦ୍ଦମା ଦାୟର କରିଛନ୍ତି |

ସମ୍ବନ୍ଧିତ ଖବର