ପ୍ରେମିକାକୁ ହତ୍ୟା କରି ୧୧ ଖଣ୍ଡ କଲା ପ୍ରେମିକ

ଅହମଦାବାଦ୍‌: ଗୁଜରାଟର ସୁରଟ୍‌ରେ ଜଣେ ଯୁବତୀଙ୍କୁ ତାଙ୍କ ପ୍ରେମିକ ହତ୍ୟା କରି ୧୧ ଖଣ୍ଡ କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଅଭିଯୁକ୍ତ ଗତ ରବିବାର ରାତିରେ ପ୍ରେମିକାକୁ ହତ୍ୟା କରିଥିବାବେଳେ ମର ଶରୀରକୁ ଖଣ୍ଡ ଖଣ୍ଡ କରି ବାହାରକୁ ଫୋପାଡ଼ିବା ପାଇଁ ନେଉଥିଲା। ସୋମବାର ରାତିରେ ସେ ପ୍ରେମିକା ଶରୀରର ହାତ ଏବଂ ଗୋଡ଼ ଏକ ବ୍ୟାଗ୍‌ରେ ଭର୍ତ୍ତି କରି ସୁରଟ୍‌ର ଓଏନ୍‌ଜିସି ପୋଲ ଉପରୁ ଫୋପାଡ଼ୁଥିବା ବେଳେ ପୁଲିସ ହାତରେ ଧରା ପଡ଼ିଥିଲା। ପୁଲିସ ସୂଚନାନୁଯାୟୀ ଅଭିଯୁକ୍ତ ଏହା ପୂର୍ବରୁ ମଧ୍ୟ ପ୍ରେମିକା ଶରୀରର କିଛି ଅଂଶ ଫୋପାଡ଼ି ସାରିଛି। ଏହାପରେ ପୁଲିସ ଅଭିଯୁକ୍ତ ରହୁଥିବା ଫ୍ଲାଟ୍‌ରୁ ମହିଳାଙ୍କ ମୁଣ୍ଡ ପାଇଛନ୍ତି। ଅଭିଯୁକ୍ତ ଶାହନଓ୍ଵାଜ୍‌ ବିବାହିତ। କିନ୍ତୁ ସେ ଅନ୍ୟ ଜଣେ ମହିଳା ଜୁଲେଖା ସେଖ୍‌ଙ୍କୁ ପ୍ରେମ କରୁଥିଲେ ଏବଂ ତାଙ୍କୁ ହତ୍ୟା କରି ୧୧ ଖଣ୍ଡ କରିଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର