ଲଖନଉ: ପ୍ରେମରେ କଣ୍ଟା ସାଜୁଥିବା ଭାବି ଭାବିସ୍ୱାମୀଙ୍କୁ ହତ୍ୟା କଲା ପ୍ରେମିକା | ଉତ୍ତରପ୍ରଦେଶ ଲଖନଉରେ ଏଭଳି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଉପରୁ ପୁଲିସ ପରଦା ଉଠାଇଛି | ପୁଲିସର ସୂଚନା ମୁତାବକ ଶୁକ୍ରବାର ଦିନ ଲଖନଉର ବବୂଖେଡ଼ାରେ ଏକ ଜମିରେ ସହବୁଦ୍ଦିନ ନାମକ ଯୁବକଙ୍କର ରକ୍ତାକ୍ତ ମୃତଦେହ ମିଳିଥିଲା | ତାଙ୍କର ଗଳା କାଟି ହତ୍ୟା କରାଯାଇଥିଲା | ଏହା ପରେ ପୁଲିସ ପକ୍ଷରୁ ଛାନଭିନ କରାଯାଇଥିଲା | ଏହି ହତ୍ୟାକାଣ୍ଡ ପଛରେ ସହବୁଦ୍ଦିନଙ୍କ ଭାବି ପତ୍ନୀ ହାସମତୁଲଙ୍କର ହାତ ଥିବାର ତାଙ୍କ ଭାଇ ଅଭିଯୋଗ କରିଥିଲେ |

Advertisment

ଏହା ପରେ ପୁଲିସ ହାସମତୁଲଙ୍କୁ ଥାନାକୁ ଡାକି ପଚରାଉଚୁରା କରିଥିଲା | ଆଉ ହାସମତୁଲ ପୁଲିସ ଆଗରେ ସ୍ୱୀକାର କରିଥିଲେ ଯେ ସେ ହିଁ ତାଙ୍କ ଭାବି ସ୍ୱାମୀଙ୍କୁ ହତ୍ୟା କରିଛନ୍ତି | ପୁଲିସକୁ ହାସମତୁଲ କହିଥିଲେ ଯେ ସେ ସାନେ ଅଲ୍ଲୀ ନାମକ ଯୁବକଙ୍କୁ ସେ ଭଲ ପାଉଥିଲେ | ଉଭୟ ପରସ୍ପରକୁ ଭଲ ପାଉଥିଲେ ଆଉ ଭାବି ସ୍ୱାମୀ ସବୁବେଳେ ହାସମତୁଲଙ୍କୁ ସନ୍ଦେହ କରୁଥିଲେ | ତେଣୁ ତାଙ୍କ ପ୍ରେମରେ କଣ୍ଟା ସାଜୁଥିବା ସହବୁଦ୍ଦିନଙ୍କୁ ହତ୍ୟା କରିବାକୁ ସେମାନେ ଉପାୟ କରିଥିଲେ | ଉପାୟ ମୁତାବକ ସାନେ ଅଲ୍ଲୀ ଫୋନ କରି ଗୁରୁବାର ଦିନ ସହବୁଦ୍ଦିନଙ୍କୁ ଡାକିଥିଲେ |

ହାସମତୁଲଙ୍କ ଜନ୍ମଦିନ ପାଳନ ପାଇଁ ସାନେ ଅଲ୍ଲୀ ସହବୁଦ୍ଦିନଙ୍କୁ ଡାକିଥିଲେ | ଆଉ ସହବୁଦ୍ଦିନ ଉଭୟ ହାସମତୁଲ ଓ ସାନେ ଅଲ୍ଲୀ ଙ୍କର ଯୋଜନା ବୁଝି ନପାରି ଯାଇଥିଲେ | ସେଠାରେ ପୂର୍ବରୁ ସାନେ ଅଲ୍ଲୀ ନିଜର ସାଙ୍ଗମାନଙ୍କ ସହ ପ୍ରସ୍ତୁତ ଥିଲେ ଓ ସହବୁଦ୍ଦିନଙ୍କର ଗଳା କାଟି ହତ୍ୟା କରିଥିଲେ | ତେବେ ପୁଲିସ ହାସମତୁଲଙ୍କ ଫୋନ କଲ ରେକର୍ଡ ଯାଞ୍ଚ କରିବାରୁ ସବୁ ଗୁମର ଫିଟିଯାଇଥିଲା |