ପ୍ରେମିକାର ଚରିତ୍ରକୁ ସନ୍ଦେହ କରି ମୁହଁକୁ ଛେଚିଦେଲା ପ୍ରେମିକ

ନାଗପୁର: ମଡେ଼ଲ ହେବାକୁ ଚାଁହୁଥିଲେ ନାଗପୁରର ଖୁସି | କିନ୍ତୁ ତାଙ୍କର ମଡେଲ ହେବାର ଇଚ୍ଛା ପ୍ରେମିକଙ୍କୁ ଭଲ ଲାଗୁନଥିଲା | ଯାହାଫଳରେ ନିଜ ପ୍ରେମିକାଙ୍କୁ ପଥରରେ ଛେଚି ହତ୍ୟା କରିଛି ପ୍ରେମିକ ଅସରାଫ ଶେଖ | ମିଳିଥିବା ସୂଚନା ମୁତାବକ ମହାରାଷ୍ଟ୍ର ନାଗପୁରର ଖୁସି ପରିହାର, ଅସରାଫ ଶେଖ ନାମକ ଯୁବକଙ୍କୁ ଭଲ ପାଉଥିଲେ | ତେବେ ଖୁସି ମଡେଲ ହେବାକୁ ଚାଁହୁଥିବାବେଳେ ଫେସନ ସୋ ମାନଙ୍କରେ ଭାଗ ନେଉଥିଲେ |

 

ଇଚ୍ଛା ଥିଲା ଦିନେ ସେ ବି ନାମିଦାମୀ ମଡେଲ ହେବେ ଓ ବଲିଉଡ ଜଗତରେ ପାଦ ରଖିବେ | କିନ୍ତୁ ଅସରାଫଙ୍କୁ ଏସବୁ ପସନ୍ଦ ନଥିଲା | ଫେସନ ସୋ ସମୟରେ ଅନ୍ୟ ଯୁବକଙ୍କ ସହ ଖୁସିଙ୍କ ମିଶିବାକୁ ପ୍ରେମିକ ପସନ୍ଦ କରୁନଥିଲେ | ଏଥିପାଇଁ ଖୁସିଙ୍କୁ ଅସରାଫ ହତ୍ୟା କରିଥିଲା | ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବାବେଳେ ଘଟଣାସ୍ଥଳରେ ଖୁସିଙ୍କର ମୁହଁକୁ ପଥରରେ ଛେଚି ହତ୍ୟା କରାଯାଇଥିବାର ଦେଖିବାକୁ ମିଳିଥିଲା |

ପରେ ପୁଲିସ ସୋସିଆଲ ମିଡ଼ିଆରୁ ପ୍ରେମିକ ଅସରାଫଙ୍କ ବାବଦରେ ଜାଣିବାକୁ ପାଇଥିଲା | ପରେ ପୁଲିସ ଅସରାଫଙ୍କୁ ଏ ବାବଦରେ ପଚରାଉଚୁରା କରିଥିଲା ଆଉ ଅସରାଫ ନିଜ ଭୁଲ ମାନିଯାଇଥିଲା |

ସମ୍ବନ୍ଧିତ ଖବର