ବର-କନ୍ୟାଙ୍କ ବିବାହ ବେଳେ ପ୍ରେମିକ ଆସି ପିନ୍ଧାଇଦେଲା ମଥାରେ ସିନ୍ଦୂର

ଗୋରଖପୁର: ବର-କନ୍ୟାଙ୍କ ବିବାହବେଳେ ପ୍ରେମିକ ଆସି ପହଞ୍ଚିଲେ ଓ ସମସ୍ତଙ୍କ ଉପସ୍ଥିତିରେ ପ୍ରେମିକା ବା କନ୍ୟାଙ୍କ ମଥାରେ ସିନ୍ଦୂର ପିନ୍ଧାଇଦେଲେ | ବୁଧବାର ରାତିରେ ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶ ଗୋରଖପୁରର ହରପୁରରେ, ବୁଧବାର ରାତିରେ ଏଭଳି ଏକ ଘଟଣା ଘଟିଛି | ବର ସାମ୍ନାରେ ଉଭୟ ପ୍ରେମୀଯୁଗଳ ପରସ୍ପରକୁ ଆଲିଙ୍ଗନ କରୁଥିବାର ଦେଖି ବର ସହ ଉପସ୍ଥିତ ଅତିଥି ଚକିତ ହୋଇଯାଇଥିଲେ | ଏହା ପରେ ବର ଓ ପ୍ରେମିକ ମାରପିଟ ହେବାରୁ କନ୍ୟାଘର ପକ୍ଷରୁ ପୁଲିସକୁ ସୂଚନା ଦିଆଯାଇଥିଲା |

ସୂଚନା ଅନୁଯାୟୀ ହରପୁର ଅଞ୍ଚଳର ଜଣେ ଯୁବକ ଓ ଯୁବତୀ ପରସ୍ପରକୁ ଭଲ ପାଉଥିଲେ | କିଛି ମାସ ପୂର୍ବରୁ ଯୁବକ ଜଣକ ରୋଜଗାର କରିବାକୁ ବାହାରକୁ ଯାଇଥିଲେ। ଏହି ସମୟରେ ଯୁବତୀଙ୍କ ପରିବାର ବିବାହ ସ୍ଥିର କରିଥିଲେ। ଯେତେବେଳେ ଯୁବକ ଜଣକ ତାଙ୍କ ଗର୍ଲଫ୍ରେଣ୍ଡର ବିବାହ ବିଷୟରେ ଜାଣିବାକୁ ପାଇଲେ, ସେ ଦୁଇ ଦିନ ପୂର୍ବରୁ ଗାଁକୁ ଫେରିଥିଲେ | ଡିସେମ୍ବର ୧ ରେ ବିବାହ ଚାଲିଥିବାବେଳେ ପ୍ରେମିକ ଜଣକ ହଠାତ ବେଦିରେ ପହଞ୍ଚି କନ୍ୟାଙ୍କ ମଥାରେ ସିନ୍ଦୂର ଲଗାଇଦେଇଥିଲେ |

ଏଭଳି ଘଟଣା ଘଟିଯିବ ବୋଲି କେହି ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ | ତେବେ ଏହି ଘଟଣା ପରେ ସାମୟିକ ଉତ୍ତେଜନା ପ୍ରକାଶ ପାଇଥିଲା | ଉଭୟ ପ୍ରେମିକ-ପ୍ରେମିକା ବିବାହ କରିବେ ବୋଲି ଜିଦ ଧରିଥିଲେ | ଏହା ପରେ ପୁଲିସକୁ ଡକାଯାଇଥିଲା | ତେବେ ଘଟଣାସ୍ଥଳରେ ପହଞ୍ଚିଥିବା ପୁଲିସକୁ ଦେଖି ପ୍ରେମିକ ଜଣକ ସେ ସ୍ଥାନରୁ ଚମ୍ପଟ ମାରିଥିଲେ | ଆଉ କନ୍ୟାପକ୍ଷର ବରିଷ୍ଠ ସଦସ୍ୟ ଓ ବରର ପକ୍ଷ ଏହି ସମସ୍ୟାର ସମାଧାନ କରିଥିଲେ ଏବଂ ବିବାହ ହୋଇଥିଲା |

ସମ୍ବନ୍ଧିତ ଖବର