ଲକ୍ଷ୍ନୌ: ୟୁପିର କାସଗଞ୍ଜ ଜିଲ୍ଲାରେ ଏକ ଦଳିତ ସମ୍ପ୍ରଦାୟର ଜଣେ ଯୁବକ ନିଜ ବିବାହ ଉତ୍ସବ ପାଇଁ ଦୀର୍ଘଦିନ ଧରି ଜାରି ରଖିଥିବା ଲଢ଼େଇରେ ଆଜି ଜିତି ଯାଇଛନ୍ତି। ଯୁବକ ଜଣକ ତାଙ୍କ ବିବାହ ଉତ୍ସବରେ ବାଜା ବାଣ ଫୁଟାଇ ବରଯାତ୍ରୀ ନେଇ ଏକ ବିଶାଳ ଶୋଭାଯାତ୍ରାରେ କନ୍ୟା ଘରକୁ ଯିବେ ବୋଲି ଚାହୁଥିଲେ। ଏଥିପାଇଁ ସେ ପୁଲିସ ଠାରୁ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଶେଷର ତାଙ୍କୁ ନ୍ୟାୟ ମିଳିଛି। ୨୭ ବର୍ଷୀୟ ସଞ୍ଜୟ ଯାତବ ନାମକ ଏହି ଯୁବକ ୧୮ ବର୍ଷୀୟା ସୀତଲଙ୍କୁ ବିବାହ କରିଛନ୍ତି। ସଞ୍ଜୟ ଜଣେ ଆଇନ ଛାତ୍ର। ତାଙ୍କ ବିବାହ ଗତକାଲି ଧୁମ୍ଧାମ୍୍ରେ ଅନୁଷ୍ଠିତ ହୋଇଛି। ୧୫୦ ପୁଲିସ ସଞ୍ଜୟଙ୍କ ବରଯାତ୍ରୀଙ୍କୁ ସୁରକ୍ଷା ଦେଇଥିଲେ। ଶୋଭାଯାତ୍ରାରେ ବହୁ ବରିଷ୍ଠ ଅଧିକାରୀ ବି ସାମିଲ ହୋଇଥିଲେ।
ପ୍ରଥମ ଦଳିତ ଭାବେ ବରଯାତ୍ରୀ ନେଇ ଗଲେ ଯୁବକ
/sambad/media/post_attachments/wp-content/uploads/2018/07/child-marriage-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)