ଦିଲ୍ଲୀରେ ମୃଦୁ ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ: ଶୁକ୍ରବାର ପ୍ରତ୍ୟୁଷରେ ଦିଲ୍ଲୀର ନାଙ୍ଗଲୋଇ ଅଞ୍ଚଳରେ ନିମ୍ନ-ତୀବ୍ରତାସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଛି। ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି କହିବା ଅନୁସାରେ, ଭୋର୍‌ ୫.୦୨ରେ ସଙ୍ଘଠିତ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ୨.୩ ବୋଲି ରିକ୍ଟର୍‌ ସ୍କେଲ୍‌ରୁ ଜଣାପଡ଼ିଛି।

ପ୍ରାପ୍ତ ସୂଚନା ଅନୁସାରେ, ଦିଲ୍ଲୀ ଏବଂ ନଇଡ଼ା ଓ ଗାଜିଆବାଦ ସମେତ ଜାତୀୟ ରାଜଧାନୀ ଅଞ୍ଚଳର କେତେକ ଅଞ୍ଚଳରେ ମୃଦୁ କମ୍ପନ ଅନୁଭୂତ ହୋଇଥିଲା। କିନ୍ତୁ, ସଂକ୍ରାନ୍ତରେ ଏ ପର୍ଯ୍ୟନ୍ତ ସରକାରୀଭାବେ କୌଣସି ଘୋଷଣା କରାଯାଇନାହିଁ।

Image Courtesy of Daily Hunt

ଏଥିରେ କୌଣସି ଧନଜୀବନହାନୀ ହୋଇଥିବାର ଖବର ମଧ୍ୟ ଏଯାବତ୍‌ ମିଳିନାହିଁ।

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ଡିସେମ୍ବର ୧୭ ତାରିଖରେ ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ ଅଞ୍ଚଳର କେତେକ ଅଂଶରେ ୪.୨ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଙ୍ଘଠିତ ହୋଇଥିଲା। ରାତି ୧୧.୪୬ରେ ଅନୁଭୂତ ହୋଇଥିବା ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ରାଜସ୍ଥାନର ଅଲଓ୍ଵାର ବୋଲି ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି’, ‘ମିନିଷ୍ଟ୍ରି ଅଫ୍‌ ଆର୍ଥ ସାଇନ୍‌ସେସ୍‌ କହିଥିଲା।

ସମ୍ପୃକ୍ତ ଅଞ୍ଚଳବାସୀମାନେ ମଧ୍ୟ ଏହି ଭୂକମ୍ପନ ଅନୁଭବ କରିଥିଲେ।

ସମ୍ବନ୍ଧିତ ଖବର