ଭୁବନେଶ୍ୱର : ନଭେମ୍ବର ୨୨ ତାରିଖରେ ବଙ୍ଗୋପସାଗରରେ ଏକ ନୂତନ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି।  ଏହା ବାତ୍ୟାରେ ପରିଣତ ହେବ କି ନାହିଁ ସେ ନେଇ ଭାରତୀୟ ପାଣିପାଗ ବିଭାଗ(IMD) ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ ।

Advertisment

୪୮ ଘଣ୍ଟାରେ ଶକ୍ତିଶାଳୀ ହେବା ସମ୍ଭାବନା

ଆଇଏମଡି ଅନୁଯାୟୀ, ନଭେମ୍ବର ୨୪ ସୁଦ୍ଧା ଏହି ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ଅଛି। ଏହି ପ୍ରଣାଳୀ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଆଗାମୀ ୪୮ ଘଣ୍ଟା ମଧ୍ୟରେ ଅଧିକ ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: Challenge to Police: ପୁଲିସଙ୍କୁ ଡକାୟତଙ୍କ ଖୋଲା ଚ୍ୟାଲେଞ୍ଜ: ବନ୍ଧୁକ ମୁନରେ ଲୁଟିନେଲେ ସାଢ଼େ ତିନି ଲକ୍ଷ

ଓଡ଼ିଶାରେ ଚାରି ଦିନ ପ୍ରବଳ ବର୍ଷା  ସମ୍ଭାବନା

ଏହାର ପ୍ରଭାବରେ, ଓଡ଼ିଶାରେ ଚାରି ଦିନ ଧରି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଏବଂ ଦକ୍ଷିଣ ଅଞ୍ଚଳରେ ସର୍ବାଧିକ ବର୍ଷା ହେବ ବୋଲି ଆଶା କରାଯାଉଛି। ନଭେମ୍ବର ୨୫ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।

ଆହୁରି ପଢ଼ନ୍ତୁ:Disciplinary action: ଗ୍ରାମୀଣ ଡାକ ସେବକଙ୍କୁ କ୍ୟାଟ୍‌ରୁ ଆଶ୍ବସ୍ତି: ଅଭିଯୋଗ ଫର୍ଦ୍ଦ ରଦ୍ଦ