ଆହୁରି ଘନୀଭୂତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ, ତାମିଲନାଡୁ ଆଡକୁ ମୁହାଁଇଛି

ହାଇଦ୍ରାବାଦ : ଗତକାଲି ବଙ୍ଗୋପସାଗରର ସୃଷ୍ଟ ଲଘୁଚାପ ଆଜି ଏକ ଚିହ୍ନତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହା  ଦକ୍ଷିଣ-ପଶ୍ଚିମ ଦିଗରେ ଗତି କରିବା ସହ ଉତ୍ତର-ତାମିଲନାଡୁ ଓ ଦକ୍ଷିଣ-ଆନ୍ଧ୍ରପ୍ରଦେଶ ନିକଟବର୍ତ୍ତୀ ହୋଇଛି । ଗୁରୁବାର ସକାଳ ସୁଦ୍ଧା ଏହି ଲଘୁଚାପ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ତେବେ ଏହା ବାତ୍ୟା ରୂପ ନେବାର ସମ୍ଭାବନା ନାହିଁ ବୋଲି ଆଇଏମଡି କହିଛି । ତଥାପି ଏହାର ପ୍ରଭାବରେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ରାୟଲସୀମା ଓ କେରଳରେ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି ।   ତେବେ ୨୦ ତାରିଖ ବେଳକୁ ଏହା କ୍ରମଶଃ ଦୁର୍ବଳ ହେବା ସହ ବର୍ଷା ପରିମାଣ କମିବ । ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ସତର୍କ କରାଯାଇଛି । ପ୍ରବଳ ବର୍ଷା ଯୋଗୁଁଁ ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶରେ ବନ୍ୟା ହେବାର ସମ୍ଭାବନା ରହିଛି ବୋଲି ସ୍କାଏମେଟ କହିଛି ।

ଅନ୍ୟପକ୍ଷରେ ଆରବ ସାଗରରେ ସୃଷ୍ଟ ଲଘୁଚାପ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଆସନ୍ତା ୪୮ ଘଣ୍ଟାରେ ଏହା ଆହୁରି ଚିହ୍ନତ ହେବାର ସମ୍ଭାବନା ରହିଛି । ତେବେ ଅଧିକ ଚିହ୍ନିତ ହେବାବେଳକୁ ଏହି ଲଘୁଚାପଟି ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଭାରତୀୟ ଉପକୂଳଠାରୁ  ଦୂରେଇ ଯାଇଥିବ । ଏହାର ପ୍ରଭାବରେ ମହାରାଷ୍ଟ୍ର, ଉପକୂଳ କର୍ଣ୍ଣାଟକ, ଗୋଆ, କୋଙ୍କଣ ଆଜି ଅଂଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି ।

ସମ୍ବନ୍ଧିତ ଖବର