ଓଡ଼ିଶା ଅତିକ୍ରମ କରି ଛତିଶଗଡ଼ ଆଡ଼କୁ ଗଲା ଲଘୁଚାପ, ରାଜ୍ୟରେ ବର୍ଷା ପରିମାଣ କମିବ

ଭୁବନେଶ୍ବର :  ଗତ ଶନିବାର ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ  ଓଡ଼ିଶା ଅତିକ୍ରମ କରି ଏବେ ଛତିଶଗଡ଼ ଉପରେ ରହିଛି । ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ପରିମାଣ କମିବ । ତେବେ କେତେକ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି ।

ଆଇଏମଡିର ମଧ୍ୟାହ୍ନ ବୁଲେଟିନ ଅନୁସାରେ ଲଘୁଚାପଟି ରବିବାର ଅପରାହ୍ଣ ସାଢେ ୫ଟା ସମୟରେ ସ୍ଥଳଭାଗରେ ପ୍ରବେଶ କରିଥିଲା । ସୋମବାର ସକାଳ ସାଢେ ୮ଟା ସମୟରେ ଏହା ଦକ୍ଷିଣ ଛତିଶଗଡ଼ ଓ ନିକଟବର୍ତ୍ତୀ ଅଞ୍ଚଳ ଉପରେ ରହିଥିଲା । ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । କିନ୍ତୁ ଏହା ଓଡ଼ିଶା ଅତିକ୍ରମ କରିଯାଇଥିବାରୁ ଓଡ଼ିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ଗତ ୨୪ ଘଣ୍ଟାରେ ଏହି ଲଘୁଚାପ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଥିଲା । ବିଶେଷକରି ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହୋଇଥିଲା । ନବରଙ୍ଗପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ରେକର୍ଡ କରାଯାଇଛି ।

ସମ୍ବନ୍ଧିତ ଖବର