ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି, ୪୮ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବ

ଭୁବନେଶ୍ବର : ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଏକ ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହୋଇଛି । ଏହା ଘନୀଭୂତ ହୋଇ ଆସନ୍ତା ୨୪ରୁ ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପରେ ପରିଣତ ହେବ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ କହିଛି । ସେହିପରି ଭାରତୀୟ ପାଣିପାଗ ବିଭାଗ ବି କହିଛି ଯେ ୨୩ ତାରିଖ ସୁଦ୍ଧା ଏହା ଲଘୁଚାପ ସୃଷ୍ଟି ହେବ ।
ଏହାର ପ୍ରଭାବରେ ପଶ୍ଚିମବଙ୍ଗ, ଓଡ଼ିଶା, ବିହାର, ଛତିଶଗଡ଼ ଓ ଝାଡଖଣ୍ଡରେ ଜୁଲାଇ ୨୨ରୁ ୨୭ ପର୍ୟ୍ୟନ୍ତ ପ୍ରବଳ ବର୍ଷା ହେବ । ପରବର୍ତ୍ତୀ ଦୁଇଦିନରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଗୁଜୁରାଟର କିଛି ଅଂଚଳରେ ପ୍ରବଳ ବର୍ଷା କରାଇବ ।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଲଘୁଚାପ ସୃଷ୍ଟି ହେବା ପରେ ଦେଶରେ ଦୁର୍ବଳ ହୋଇଯାଇଥିବା ମୌସୁମୀ ପୁଣି ସକ୍ରିୟ ହୋଇଯିବ । ଏହାର ପ୍ରଭାବରେ ଜୁଲାଇ ପ୍ରଥମ ଭାଗରେ ଦେଖାଦେଇଥିବା ବୃଷ୍ଟି ନିଅଣ୍ଟ ଦୂର ହେବ । ଜୁଲାଇ ୧୯ ତାରିଖରେ ଦେଶରେ ହାରାହାରି ୧୪.୧ ମିଲିମିଟର ବର୍ଷା ହୋଇଥିଲା, ଯାହାକି ଚଳିତ ମୌସୁମୀ ଋତୁରେ ସର୍ବାଧିକ ଦୈନିକ ବର୍ଷା ।

ସମ୍ବନ୍ଧିତ ଖବର