ଗୋଟିଏ ସମୟରେ ବଙ୍ଗୋପସାଗର ଓ ଆରବ ସାଗରରେ ଲଘୁଚାପ ସମ୍ଭାବନା

ଭୁବନେଶ୍ବର : ଦେଶର ପୂର୍ବ ପଟେ ଥିବା ବଙ୍ଗୋପସାଗର ଓ ପଶ୍ଚିମପଟେ ଥିବା ଆରବ ସାଗରରେ ଏକା ସମୟରେ ଲଘୁଚାପ ସୃଷ୍ଟିହେବାର ସମ୍ଭାବନା ଦେଖାଦେଇଛି । ଏହା ଫଳରେ ପ୍ରବଳ ଗ୍ରୀଷ୍ମପ୍ରବାହରେ ସିଝୁଥିବା ଦେଶବାସୀଙ୍କୁ ଆଶ୍ବସ୍ତି ମିଳିବାର ସମ୍ଭାବନା ରହିଛି ।

ଭାରତୀୟ ପାଣିପାଗ ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି ଯେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ସଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହୋଇଛି । ଆଗାମୀ ୨୪ ଘଣ୍ଟାରେ ଏହା ଏକ ଲଘୁଚାପ କ୍ଷେତ୍ରରେ ପରିବର୍ତ୍ତିତ ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଆହୁରି ଏହା ସକ୍ରିୟ ହୋଇ ଉତ୍ତର ଆଣ୍ଡାମାନ ସାଗର ଆଗକୁ ଗତି କରିବାର ସମ୍ଭାବନା ରହିଛି । ତେବେ ସ୍ଥଳ ଭାଗ ଉପରେ ଏହାର କଣ ପ୍ରଭାବ ରହିବ ସେ ସମ୍ପର୍କରେ ପାଣିପାଗ ବିଭାଗ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ ।

ଅନ୍ୟପକ୍ଷରେ ବିଷୁବ ମଣ୍ଡଳୀୟ ଭାରତ ମହାସାଗର ଓ ଦକ୍ଷିଣ-ପୂର୍ବ ଆରବ ସାଗରରେ ମଧ୍ୟ ଏକ ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହୋଇଛି । ଏହା ଧୀରେ ଧୀରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେଉଛି । ତେବେ ସ୍ଥଳଭାଗ ଉପରେ ଏହାର ପ୍ରଭାବ କମ ରହିବା ଆଶା କରାଯାଉଛି ।

ସମ୍ବନ୍ଧିତ ଖବର