୯ ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ : ଆଇଏମଡି

ଭୁବନେଶ୍ବର : ରାଜ୍ୟରେ ଆସନ୍ତା କିଛି ଦିନ ପର୍ୟ୍ୟନ୍ତ ପାଗ ଶୁଖିଲା ରହିବ । କିନ୍ତୁ ଆସନ୍ତା ୯ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି ପୂର୍ବାନୁମାନ କରିଛି ।

ଏହି ଲଘୁଚାପର ଗତିପଥ କିପରି ରହିବ ତାହା ଏବେ ନିର୍ଦ୍ଦିଷ୍ଟ ହୋଇନଥିଲେ ବି ଏହା ଓଡ଼ିଶା କିମ୍ବା ଆନ୍ଧ୍ର ଅଭିମୁଖେ ଗତି କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଓଡ଼ିଶାର କେତେକ ଜିଲ୍ଲାର ବର୍ଷା ଓ କୋହଲା ପାଗ ରହିବାର ସମ୍ଭାବନା ରହିଛି ।

ଅନ୍ୟପକ୍ଷରେ  ଭାରତର ପଶ୍ଚିମ ପଟେ ଅର୍ଥାତ ଦକ୍ଷିଣ-ପୂର୍ବ ଆରବ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆସନ୍ତା ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ଏକ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ଏକ ଡିପ୍ରେସନରେ ପରିଣତ ହେବ ଓ ଉତ୍ତର ଓ ଉତ୍ତରପଶ୍ଚିମ ଦିଗରେ ଗତି କରିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ଏହାର ପ୍ରଭାବରେ ମହାରାଷ୍ଟ୍ର, ଲକ୍ଷଦ୍ବୀପ,କର୍ଣ୍ଣାଟକ, ଗୁଜୁରାଟରେ ବର୍ଷାର ସମ୍ଭାବନା ରହିଛି ବୋଲି ବିଭାଗ କହିଛି ।

ସମ୍ବନ୍ଧିତ ଖବର