ଝାଡ଼ଖଣ୍ଡ ଆଡ଼କୁ ଗଲା ଲଘୁଚାପ, ୨୮ରେ ଆଉ ଏକ ଲଘୁଚାପ

ଭୁବନେଶ୍ବର : ବଙ୍ଗୋପସାଗରରେ ଗତ ୨୨ ତାରିଖରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଉତ୍ତରପଶ୍ଚିମ ଦିଗରେ ଗତି କରି ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ଼ ଉପରେ ରହିଛି । ଏହା ଆସନ୍ତା ୪୮ ଘଣ୍ଟାରେ ମଧ୍ୟପ୍ରଦେଶ ଦେଇ ରାଜସ୍ଥାନ ଆଡ଼କୁ ଗତି କରିବ ଓ କ୍ରମଶଃ ଦୁର୍ବଳ ହୋଇଯିବ । ଲଘୁଚାପ ଏବେ ଝାଡ଼ଖଣ୍ଡ ଆଡ଼କୁ ଗତି କରିଥିବାରୁ ଆଗାମୀ ଦୁଇଦିନ ପର୍ୟ୍ୟନ୍ତ ଓଡ଼ିଶାର ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ବରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି।
ତେବେ ଆସନ୍ତା ୨୮ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି କହିଛି । ତେବେ ଏ ସମ୍ପର୍କରେ ବିଭାଗ ପକ୍ଷରୁ ଅଧିକ କିଛି ସୂଚନା ଦିଆଯାଇନାହିଁ । ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ପକ୍ଷରୁ କୁହାଯାଇଛି ଯେ ଜୁଲାଇ ଶେଷ ସପ୍ତାହରେ ବଙ୍ଗୋପସାଗରରେ ହେବାକୁ ଥିବା ଲଘୁଚାପ ପରେ ଆଉ କିଛି ସପ୍ତାହ ପର୍ୟ୍ୟନ୍ତ ଆଉ ଲଘୁଚାପ ହେବାର ସମ୍ଭାବନା ନାହିଁ ।
ଅନ୍ୟପକ୍ଷରେ ଦକ୍ଷିଣ ଚୀନ ସାଗର ଓ ଫିଲିପାଇନ୍ସ ସାଗରରେ ଦେଖାଦେଇଥିବା ଟାଇଫୁନ ଇନ-ଫାର ପ୍ରଭାବରୁ ଭାରତରେ ମୌସୁମୀ କିଛିଟା ପ୍ରଭାବିତ ହୋଇଛି ବୋଲି ସ୍କାଏମେଟ କହିଛି ।

ସମ୍ବନ୍ଧିତ ଖବର