ନୂଆଦିଲ୍ଲୀ : ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଆଜି ଜଣେ ଓକିଲଙ୍କ ଉପରେ ବିରକ୍ତ ହେବା ସହ ତାଙ୍କୁ ସ୍ବର କମ କରିବାକୁ କହିଥିଲେ । କୋର୍ଟ ଭିତରେ ଉକ୍ତ ଓକିଲ ଖୁବ ଉଚ୍ଚ ସ୍ବରରେ କଥା କହୁଥିବାରୁ ପ୍ରଧାନ ବିଚାରପତି ତାଙ୍କୁ କହିଥିଲେ ଯେ ଆପଣ ବିଚାରପତିମାନଙ୍କୁ କହୁଛନ୍ତି ନା କୋର୍ଟବାହାରେ ଥିବା ଲୋକମାନଙ୍କୁ ସମ୍ବୋଧନ କରୁଛନ୍ତି ?  ତେବେ ଏହାପରେ ଓକିଲ ଜଣକ କ୍ଷମାପ୍ରାର୍ଥନା କରିଥିଲେ । 

Advertisment

ପ୍ରଧାନ ବିଚାରପତି ତାଙ୍କୁ କହିଥିଲେ ଯେ ଆପଣ ବିଚାରପତିମାନଙ୍କୁ କହୁଛନ୍ତି ନା କୋର୍ଟବାହାରେ ଥିବା ଲୋକମାନଙ୍କୁ ସମ୍ବୋଧନ କରୁଛନ୍ତି ?  ତେବେ ଏହାପରେ ଓକିଲ ଜଣକ କ୍ଷମାପ୍ରାର୍ଥନା କରିଥିଲେ । 

ପ୍ରଧାନ ବିଚାରପତି, ଜଷ୍ଟିସ୍ ମନୋଜ ମିଶ୍ର ଓ ଜଷ୍ଟିସ୍ ଜେବି ପାର୍ଡିୱାଲାଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ କୋଲକାତା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି କରୁଥିବାବେଳେ ଏହି ଘଟଣା ଘଟିଥିଲା । ଏହି ଓକିଲ ଜଣକ ହେଉଛନ୍ତି ଆଡଭୋକେଟ କୌସ୍ତବ ବାଗଚୀ। 

ଏହି ଅବସରରେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷ ରଖୁଥିବା ବରିଷ୍ଠ ଆଇନଜୀବୀ କପିଲ ସିବଲ କହିଥିଲେ ଯେ ଅଗଷ୍ଟ ୯ ତାରିଖରେ ସରକାରୀ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ହୋଇଥିବା ବିକ୍ଷୋଭକୁ ନେଇ ଆଇନଜୀବୀ ବାଗଚୀ ପଥର ଫିଙ୍ଗୁଥିବାର ଭିଡିଓ ଓ ଫଟୋ ତାଙ୍କ ପାଖରେ ରହିଛି। ଚଳିତ ବର୍ଷ ପ୍ରାରମ୍ଭରେ ସେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ବୋଲି ସିବଲ କହିଥିଲେ ।