ଏଲ୍‌ପିଜି ଦର ବଢ଼ିଲା

ନୂଆଦିଲ୍ଲୀ : ‌ସରକାରୀ କମ୍ପାନିଗୁଡ଼ିକ ଆଜି ଏଲ୍‌ପିଜି ଦର ବୃଦ୍ଧି କରିଛନ୍ତି। ଅଣସବ୍‌ସିଡି ଏଲ୍‌ପିଜି ଦର ସିଲିଣ୍ଡର ପିଛା ୫୯ ଟଙ୍କା ବୃଦ୍ଧି ପାଇଥିବା ବେଳେ ସବ୍‌ସିଡି ଏଲ୍‌ପିଜି ଦର ୨ ଟଙ୍କା ୮୯ ପଇସା ବୃଦ୍ଧି ଘଟିଛି। ଫଳରେ ଦିଲ୍ଲୀରେ ସବ୍‌ସିଡି ଏଲ୍‌ପିଜି ଦର ସିଲିଣ୍ଡର ପିଛା ୫୦୨ ଟଙ୍କା ୪୦ ପଇସା ହୋଇଛି। ସେପ୍ଟେମ୍ବରରେ କମ୍ପାନିଗୁଡ଼ିକ ଏଲ୍‌ପିଜିରେ ସିଲିଣ୍ଡର ପିଛା ୩୨୦ ଟଙ୍କା ୪୯ ପଇସା ସବ୍‌ସିଡି ପ୍ରଦାନ କରୁଥିବା ବେଳେ ଅକ୍ଟୋବରରେ ଏହି ରାଶି ୩୭୬ ଟଙ୍କା ୬୦ ପଇସାକୁ ବୃଦ୍ଧି ପାଇବ।

କେବଳ ଏଲ୍‌ପିଜି ଦର ନୁହେଁ, କମ୍ପାନିଗୁଡ଼ିକ ସିଏନ୍‌ଜି ଏବଂ ବିମାନ ଇନ୍ଧନ (ଏଟିଏଫ୍‌) ମୂଲ୍ୟ ମଧ୍ୟ ବୃଦ୍ଧି ଘୋଷଣା କରିଛନ୍ତି। ଦିଲ୍ଲୀରେ ସିଏନଜି ଦର କିଲୋ ପିଛା ୧ ଟଙ୍କା ୭୦ ପଇସା ବୃଦ୍ଧି କରାଯାଇଛି। ସେହିଭଳି ବିମାନ ଇନ୍ଧନ ମୂଲ୍ୟ ଦିଲ୍ଲୀରେ କିଲୋଲିଟର ( ହଜାରେ ଲିଟର) ପିଛା ୨୬୫୦ ଟଙ୍କା ବୃଦ୍ଧି କରାଯାଇଛି।

ଇତିମଧ୍ୟରେ ଆଜି ପେଟ୍ରୋଲ ଓ ଜିଜେଲ ଦର ପୁଣି ବୃଦ୍ଧି ପାଇଛି। ୪ ମେ‌େଟ୍ରା ସହର ମଧ୍ୟରୁ ମୁମ୍ବାଇରେ ପେଟ୍ରୋଲ ଦାମ୍ ସର୍ବାଧିକ ୯୦ ଟଙ୍କା ୮୪ ପଇସାକୁ ବୃଦ୍ଧି ପାଇଛି। ଦିଲ୍ଲୀରେ ୮୩ ଟଙ୍କା ୪୯ ପଇସା ହାଇଥିବା ବେଳେ କୋଲକାତାରେ ଏହା ୮୫ ଟଙ୍କା ୩୦ ପଇସା ହୋଇଛି। ଗତ ଅଗଷ୍ଟ ପହିଲାରୁ ପେଟ୍ରୋଲ ଦର ୮ ଭାଗ ବୃଦ୍ଧି ପାଇଥିବା ବେଳେ ଡିଜେଲ ଦାମ୍ ୧୦ ଭାଗ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର