ପୁଣି ବଢ଼ିଲା ଏଲପିଜି ଗ୍ୟାସ ସିଲିଣ୍ଡରର ଦର, ଜାଣନ୍ତୁ ନୂଆ ମୂଲ୍ୟ

ନୂଆଦିଲ୍ଲୀ: ପୁଣି ବଢ଼ିଲା ଏଲପିଜି ଗ୍ୟାସ ସିଲିଣ୍ଡରର ଦର । ସରକାରୀ ତେଲ କମ୍ପାନିଗୁଡ଼ିକ ଘରୋଇ ଇନ୍ଧନ ଗ୍ୟାସ ସିଲିଣ୍ଡରର ଦର ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଥିବା ହେତୁ ଏଭଳି ଘଟିଥିବା କୁହାଯାଉଛି। ଚଳିତ ମାସ ପହିଲାରେ ହିଁ ଏଚପିସିଏଲ, ବିପିସିଏଲ ଓ ଆଇଓସି ପକ୍ଷରୁ ଏହି ଜାରି କରାଯାଇଥିବା ଗ୍ୟାସ ସିଲିଣ୍ଡରର ନୂତନ ମୂଲ୍ୟ ୭୬ ଟଙ୍କା ବୃଦ୍ଧି କରାଯାଇଛି । ଆଜିଠାରୁ ଗ୍ୟାସ ସିଲିଣ୍ଡର ଉପରେ ଏହି ନୂତନ ବର୍ଦ୍ଧିତ ଦର ଲାଗୁ ହୋଇଛି ।
ଲଗାତର ୩ମାସ ହେଲା ଏଲପିଜି ଗ୍ୟାସରେ ଦର ବୃଦ୍ଧି ଘଟିଛି । ନୂଆ ମୂଲ୍ୟ ଅନୁସାରେ, ନୂଆଦିଲ୍ଲୀରେ ୧୪.୨କିଲୋ ଘରୋଇ ଗ୍ୟାସ ସିଲିଣ୍ଡର ଉପରେ ୭୬.୫ଟଙ୍କା ବୃଦ୍ଧି କରାଯାଇଛି। ଏହାଫଳରେ ଏବେ ଏହାର ମୂଲ୍ୟ ୬୮୧.୫୦ ଟଙ୍କା ହୋଇଛି। ସୂଚନାଯୋଗ୍ୟ ,ଏହାର ଅକ୍ଟୋବର ମାସରେ ମୂଲ୍ୟ ଥିଲା ୬୦୫ ଟଙ୍କା ।

According to the latest price list by Indian Oil, which retails Indane gas, a 14.2 kg non-subsidised price of LPG cylinder now costs  ₹681.50 in Delhi and  ₹651 in Mumbai. (Mint)
image source-livemint

ସେହିପରି କମର୍ସିଆଲ ସିଲିଣ୍ଡର ଉପରେ ୧୧୯ ଟଙ୍କା ଦର ବୃଦ୍ଧି ପାଇଥିବା ଜଣାଯାଇଛି । ଫଳରେ ବର୍ତ୍ତମାନ ଏହି କମର୍ସିଆଲ ସିଲିଣ୍ଡରର ମୂଲ୍ୟ ୧୨୦୪ଟଙ୍କାରେ ପହଞ୍ଚିଛି । ଏହାର ଅକ୍ଟୋବର ମାସରେ ଦର୧୦୮୫ଟଙ୍କା ଥିଲା । ଗ୍ୟାସ ସିଲିଣ୍ଡର ଉପରେ ଏହି ବର୍ଦ୍ଧିତ ଦର ନଭେମ୍ବର ପହିଲା ଅର୍ଥାତ ଆଜିଠାରୁ ସାରା ଦେଶରେ ଲାଗୁ ହୋଇଛି ।

ସମ୍ବନ୍ଧିତ ଖବର