ଏଲ୍‌ପିଜି ୫୦ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ : ପେଟ୍ରୋଲ ଓ ଡିଜେଲ୍‌ ଦରରେ ନିଆଁ ଲଗାଇଥିବା ସରକାରୀ ତେଲ କମ୍ପାନି ରବିବାର ପୁଣି ଏଲ୍‌ପିଜି ଦର ବୃଦ୍ଧି କରିଛନ୍ତି। ୧୪.୨ କିଲୋ ବିଶିଷ୍ଟ ଏଲ୍‌ପିଜି ଦର ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ସୋମବାରଠାରୁ ଏହି ବର୍ଦ୍ଧିତ ଦର ଲାଗୁ ହେବ। ଓଡ଼ିଶାରେ ନୂଆ ଦର ୮୦୦ ଟଙ୍କା ଛୁଇଁବ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ଗତ ୪ ତାରିଖରେ ଏଲ୍‌ପିଜି ଦରରେ ୨୫ ଟଙ୍କା ବୃଦ୍ଧି କରାଯାଇଥିଲା।

ଇତିମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଲଗାତାର ଗତ ୬ ଦିନ ହେଲା ବଢ଼ିଚାଲିଛି। ଏହାଦ୍ବାରା ଦେଶର ଅନେକ ସ୍ଥାନରେ ପେଟ୍ରୋଲ ଏବଂ ଡିଜେଲ ଦର ୯୦ ଟଙ୍କା ଟପିସାରିଛି। ଏହାସହିତ ଆଜି ପୁଣି ଏଲ୍‌ପିଜି ଦର ବୃଦ୍ଧି କରିଛନ୍ତି।

ସମ୍ବନ୍ଧିତ ଖବର