ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ : ଅଣସବସୀଡି ଏଲପିଜି ସିଲିଣ୍ଡର ଦର ୨୫ ଟଙ୍କା ବଢିଲା

ନୂଆଦିଲ୍ଲୀ : ପୁଣି ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ । ତେଲ କମ୍ପାନିମାନେ ପୁଣି ଥରେ ଏଲପିଜି ସିଲିଣ୍ଡର ଦର ବୃଦ୍ଧି କରିଛନ୍ତି । ଘରୋଇ ଅଣ-ସବସୀଡି ଏଲପିଜି ସିଲିଣ୍ଡର ମୂଲ୍ୟ ୨୫ ଟଙ୍କା ୫୦ ପଇସା ବୃଦ୍ଧି କରାଯାଇଛି । ଏହି ବୃଦ୍ଧି ପରେ ଦିଲ୍ଲୀରେ ଏକ ୧୪.୨ କିଲୋଗ୍ରାମର ଅଣ-ସବସୀଡି ଏଲପିଜି ସିଲିଣ୍ଡର ମୂଲ୍ୟ ୮୫୯.୫ ଟଙ୍କାକୁ ବୃଦ୍ଧି ପାଇଛି । ଚେନ୍ନାଇରେ ଏହା ୮୭୫ ଟଙ୍କା ୫୦ ପଇସାକୁ ବୃଦ୍ଧି ପାଇଛି । ଭୁବନେଶ୍ବରରେ ପୂର୍ବରୁ ଅଣସବସୀଡି ଏଲପିଜି ସିଲିଣ୍ଡର ମୂଲ୍ୟ ୮୮୬ ଟଙ୍କା ଥିବାବେଳେ ଏବେ ତାହା ୯୧୧ ଟଙ୍କାକୁ ବୃଦ୍ଧି ପାଇଛି । ଚଳିତ ବର୍ଷ ଆରମ୍ଭରେ ଏଲପିଜି ସିଲିଣ୍ଡର ପିଛା ଦିଲ୍ଲୀରେ ୬୯୪ ଟଙ୍କା ଥିଲା । ଫେବ୍ରୁଆରି ୧୫ ସୁଦ୍ଧା ଏହା ୭୬୯ ଟଙ୍କାକୁ ବୃଦ୍ଧି ପାଇଥିଲା । ମାର୍ଚ୍ଚରେ ଏହା ୮୧୯ ଟଙ୍କାରେ ପହଞ୍ଚିଥିଲା ।

ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ତେଲ ଉପରୁ ଉତ୍ପାଦ ଶୁଳକ ହ୍ରାସ କରିବାର କୌଣସି ଯୋଜନା ନାହିଁ । କାରଣ ପୂର୍ବର ୟୁପିଏ ସରକାର ଜାରି କରିଥିବା ତୈଳ ବଣ୍ଡ୍ ଯୋଗୁଁ ଏବେ ସୁଧ ପରିଶୋଧ କରିବାକୁ ପଡ଼ୁଛି ।

 

ସମ୍ବନ୍ଧିତ ଖବର