ମଥୁରା: ମଥୁରାଠରେ ଘଟିଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ଏଲ୍ପିଜି ବୋଝେଇ ଏକ ଟ୍ୟାଙ୍କ୍ର ସହ ଆଉ ଏକ ଟ୍ୟାଙ୍କ୍ର ଯମୁନା ଏକ୍ସପ୍ରେସ୍ ହାଇେଓ୍ଵ ରାସ୍ତାରେ ମୁହାଁମୁହିଁ ହେବା ଫଳରେ ରବିବାର ୫ଟି ଗାଡ଼ି ଜଳି ଭସ୍ମିଭୂତ ହୋଇଯାଇଛି। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଥିବା ସୂଚନା ରହିଛି।
ଗୋଟିଏ ଟ୍ୟାଙ୍କ୍ରରେ ପୂର୍ବରୁ ନିଆଁ ଲାଗିଥିବା ବେଳେ ଅନ୍ୟ ଟ୍ୟାଙ୍କ୍ରଟି ଯାଇ ତାକୁ ଧକ୍କା ଦେଇଥିଲା। ଫଳରେ ଏପରି ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ପ୍ରଥମ ଟ୍ୟାଙ୍କ୍ରଟି ଏକ ଟ୍ରକ ସହ ଧକ୍କା ହେବା ଫଳରେ ନିଆଁ ଲାଗିଥିଲା।
ଏହି ଦୁର୍ଘଟଣାରେ ୨ଟି ଟ୍ୟାଙ୍କ୍ର, ଗୋଟିଏ ଟ୍ରକ୍ ସହ ଦୁଇଟି କାର୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଘଟଣାଟି ଶନିବାର ରାତି ପ୍ରାୟ ୧.୩୦ରେ ଘଟିଛି। ନୋଇଡ଼ାରୁ ଆସୁଥିବା ଏକ ଟ୍ରକ୍କୁ ଏଲ୍ପିଜି ଟ୍ୟାଙ୍କ୍ର ଓଭରଟେକ୍ କରିବାକୁ ଉଦ୍ୟମ କରିବାରୁ ଏପରି ଦୁର୍ଘଟଣାର ଆରମ୍ଭ ହୋଇଥିଲା। ଓଭରଟେକ୍ କରିବା ସମୟରେ ଟ୍ୟାଙ୍କ୍ରଟି ଟ୍ରକ୍ ସହ ଧକ୍କା ହୋଇଥିଲା ଓ ଫଳରେ ଏଲ୍ପିଜି ଗ୍ୟାସ୍ ଲିକ୍ ହେବାରୁ ସେଠାରେ ଅଗ୍ନିକାଣ୍ଡ ଘଟିଥିଲା।
ତା’ପଛକୁ ଆଉ ଏକ ଟ୍ୟାଙ୍କର୍ ବି ଯାଇ ସେହି ଦୁର୍ଘଟଣାର ସାମ୍ନା କରିଥିଲା। ଏହା ବ୍ୟତୀତ ରାସ୍ତାର ଭୁଲ୍ କଡ଼ରେ ଆସୁଥିବା ୨ଟି କାର୍ ମଧ୍ୟ ସେହି ଦୁର୍ଘଟଣାରେ ଫସି ଯାଇଥିବା ସୂଚନା ରହିଛି।
ଏହି ଦୁର୍ଘଟଣାରେ ୩ ଜଣ ପ୍ରାୟ ୩୦ ପ୍ରତିଶତ ଜଳିଯାଇ ମଥୁରାର ଏକ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/Untitled-6.jpg)