ବାବୁଲ ସୁପ୍ରିୟୋଙ୍କୁ ତାଗିଦ୍‌ କଲେ ବାଚସ୍ପତି, ଗୃହରେ ଭର୍ତ୍ସନା ଅଧିକାର ଦିଆଯାଇ ନାହିଁ

ନୂଆଦିଲ୍ଲୀ : ଲୋକସଭାରେ ଆଜି ପରିବେଶ ରାଷ୍ଟ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କ ଦ୍ବାରା କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀଙ୍କ ବିରୋଧରେ କେତେକ ବୟାନକୁ ନେଇ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଅସନ୍ତୋଷ ପ୍ରକାଶ କରିଛନ୍ତି। ଗୃହରେ ଏଭଳି ଭର୍ତ୍ସନା ଅଧିକାର ଆପଣଙ୍କୁ ଦିଆଯାଇ ନାହିଁ ବୋଲି ବାଚସ୍ପତି ସୁପ୍ରିୟୋଙ୍କୁ କହିଥିଲେ। ଏହା ସହିତ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏ ବାବଦରେ ସୁପ୍ରିୟୋଙ୍କୁ ଭଲ ଭାବେ ବୁଝାଇବା ଆବଶ୍ୟକ ବୋଲି ବାଚସ୍ପତି କହିଥିଲେ। ଆଜି ଶୂନ୍ୟକାଳରେ ପରିବେଶ ସଂପର୍କିତ ଏକ ପ୍ରଶ୍ନରେ ଚୌଧୁରୀ ପରିବେଶ ସଂକ୍ରାନ୍ତ ବଜେଟ୍‌ ଆବଣ୍ଟନକୁ ନେଇ ସରକାରଙ୍କୁ ସମାଲୋଚନା କରିଥିଲେ। ଏହାର ଜବାବ ରଖିବା ବେଳେ ସୁପ୍ରିୟୋ ଏଭଳି କେତେକ ବୟାନ ରଖିଥିଲେ ଯାହାକୁ ବାଚସ୍ପତି ବିରୋଧ କରିବା ସହ ଏହାକୁ ଗୃହର ରେକର୍ଡରୁ ହଟାଇବାକୁ କହିଥିଲେ।

ସମ୍ବନ୍ଧିତ ଖବର