ଲକ୍ଷ୍ନୌ : ଲକ୍ଷ୍ନୌଠାରେ ଶନିବାର ଖେଳାଯାଇଥିବା ଆଇପିଏଲ ୨୦୨୫ର ୨୬ତମ ମ୍ୟାଚରେ ଗୁଜରାଟକୁ ୬ ଓ୍ବିକେଟରେ ହରାଇ ଦେଇଛି ଲକ୍ଷ୍ନୌ । ଲକ୍ଷ୍ନୌ ଆଗରେ ୧୮୧ ରନର ଲକ୍ଷ୍ୟ ଥିବାବେଳେ ଦଳ ୧୯.୩ ଓଭରରେ ୪ ଓ୍ବିକେଟ ହରାଇ ୧୮୬ କରି ବିଜୟୀ ହୋଇଥିଲା । ଦଳ ପକ୍ଷରୁ ନିକୋଲାସ ପୁରନ ୬୧ରନ କରିଥିବାବେଳେ ଆଉଡେନ ମାର୍କରାମ ୫୮ ରନ କରିଥିଲେ ।
ଏହି ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଗୁଜରାଟ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା। ଗୁଜରାଟ ଧାର୍ଯ୍ୟ ୨୦ ଓଭରରେ ୬ ୱିକେଟ ହରାଇ ୧୮୦ ରନ୍ କରିଥିଲା। ଫଳରେ ଲକ୍ଷ୍ନୌ ପାଇଁ ବିଜୟ ଲକ୍ଷ୍ୟ ୧୮୧ ରନ୍ ଥିଲା। ଗୁଜରାଟ ପକ୍ଷରୁ ସାଇ ସୁଦର୍ଶନ ୫୬ ରନ୍ କରିଥିବାବେଳେ ଶୁଭମନ୍ ଗିଲ୍ ୬୦ ରନ୍ କରିଥିଲେ। ସେହିପରି ଜୋସ୍ ବଟଲର ୧୬ ରନ୍, ଶ୍ରେଫେନ୍ ରଦରଫୋର୍ଡ ୨୨ ରନ୍ ଏବଂ ଶାହରୁଖ୍ ଖାନ୍ ୧୧ ରନ୍ କରିଥିଲେ। ଲକ୍ଷ୍ନୌ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ୨ ୱିକେଟ ନେଇଥିଲେ। ସେହିପରି ଦିଗେଶ ସିଂ ରାଠୋର ଗୋଟିଏ ୱକେଟ, ଆଭେଶ ଖାନ୍ ଗୋଟିଏ ୱିକେଟ ଏବଂ ରବି ବିଶ୍ନୋଇ ୨ ଟି ୱିକେଟ ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/04/12/dsodYjqmaINccckUXIzQ.jpg)
