ନୂଆଦିଲ୍ଲୀ : ୩୦ତମ ସାଧାରଣତନ୍ତ୍ର ଦିବସ ଅବସରରେ ନାରୀ ଶକ୍ତିର ପ୍ରଦର୍ଶନ ଦେଖିବାକୁ ମିଳିବ । ଦିଲ୍ଲୀ ରାଜପଥରେ ସେନାର ଡେୟାର ଡେଭିଲ ସୋ’ର ନେତୃତ୍ୱ ନେବେ ଜଣେ ମହିଳା ଅଧିକାରୀ ଭାବନା କସ୍ତୁରୀ। ଆସାମ ରାଇଫଲସର ଡେୟାର ଡେଭିଲ ଟିମ୍ର ମହିଳା ସଦସ୍ୟ ମୋଟରସାଇକେଲରେ ଷ୍ଟଣ୍ଟ ଦେଖାଇବେ । ଏହା ସାଧରଣତନ୍ତ୍ର ଦିବସ ପାଳନ ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ।
ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମେଜର ଜେନେରାଲ ରାଜପାଲ ପୁନିଆ କହିଛନ୍ତି, ସାଧରଣତନ୍ତ୍ର ଦିବସରେ ନାରୀ ଶକ୍ତିର ପ୍ରଦର୍ଶନ ଦେଖିବାକୁ ମିଳିବ । ପରେଡ଼ରେ ଅଂଶଗ୍ରହଣ କରୁଥିବା ଅନେକ ପୁରୁଷ କଣ୍ଟିଜେଣ୍ଟର ନେତୃତ୍ୱ ନେବେ ମହିଳା ଅଧିକାରୀ । ଏଥି ସହ ଆସାମ ରାଇଫଲ୍ସର ଏକ ମହିଳା କଣ୍ଟିଜେଣ୍ଟ ମଧ୍ୟ ପରେଡ଼ରେ ସାମିଲ ହେବେ ।
/sambad/media/post_attachments/wp-content/uploads/2019/01/download-5-26-300x225.jpg)
ଚଳିତ ବର୍ଷ ପରେଡ଼ରେ ଭାରତୀୟ ସେନା ପକ୍ଷରୁ ନିକଟରେ ସାମିଲ ହୋଇଥିବା ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ମଧ୍ୟ ପ୍ରଦର୍ଶିତ ହେବ ।