ନୂଆଦିଲ୍ଲୀ: ଦେଶକୁ ଆଜି ନୂଆ ସିଡିଏସ୍ (ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍) ମିଳିଛି। ହେଲିକପ୍ଟର ଦୁର୍ଘଟଣାରେ ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁର ୯ ମାସ ପରେ ଆଜି ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଅନୀଲ ଚୌହାନଙ୍କୁ ଦେଶର ସର୍ବୋଚ୍ଚ ସାମରିକ ଅଧିକାରୀ ତଥା ସିଡିଏସ୍ ଭାବେ ନିଯୁକ୍ତି ଦିଆଯାଇଛି। ଚୌହାନ ଭାରତ ସରକାରଙ୍କ ସାମରିକ ବ୍ୟାପାର ବିଭାଗର ସଚିବ ଭାବେ ମଧ୍ୟ ଦାୟିତ୍ବ ତୁଲାଇବେ। ସେନାରେ ୪୦ ବର୍ଷ ଧରି ସେବାରତ ଥିବା ଚୌହାନ ଗତ ବର୍ଷ ଅବସର ଗ୍ରହଣ କରିଥିଲେ। ଜମ୍ମୁ କାଶ୍ମୀର ଏବଂ ଉତ୍ତରପୂର୍ବ ଭାରତରେ ଆତଙ୍କବାଦ ବିରୋଧୀ ଅଭିଯାନରେ ତାଙ୍କର ବ୍ୟାପକ ଅଭିଜ୍ଞତା ରହିଛି। ଗତବର୍ଷ ଡିସେମ୍ବର ୮ରେ ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁ ପରଠାରୁ ସିଡିଏସ୍ ପଦ ଖାଲି ପଡ଼ିଥିଲା। ଜମ୍ମୁ କାଶ୍ମୀର ଏବଂ ଉତ୍ତର ପୂର୍ବ ଭାରତରେ ଲେଫ୍ଟନାଣ୍ଟ ଜେନେରାଲ ଚୌହାନଙ୍କର ଆତଙ୍କବାଦ ବିରୋଧୀ ଅପରେସନରେ ଦୀର୍ଘ ଅଭିଜ୍ଞତା ରହିଛି।
ମେ’ ୧୮, ୧୯୬୧ରେ ଜନ୍ମିତ ଚୌହାନ ୧୯୮୧ରେ ଭାରତୀୟ ସେନାର ୧୧ ଗୋର୍ଖା ରାଇଫଲରେ ସାମିଲ ହୋଇଥିଲେ। ମେଜର ଜେନେରାଲ ରୢାଙ୍କ୍ ଅଫିସର ଭାବେ ଅନୀଲ ଚୌହାନ ଗୁରୁତ୍ବପୂର୍ଣ୍ଣ ବାରମୂଳା ସେକ୍ଟରର ଇନଫ୍ୟାଣ୍ଟ୍ରି ଡିଭିଜନ୍ ଦାୟିତ୍ବରେ ଥିଲେ। ପରେ ସେ ଲେଫ୍ଟନାଣ୍ଟ ଜେନେରାଲ ଭାବେ ଉତ୍ତର ପୂର୍ବରେ ସେନାର ନେତୃତ୍ବ ନେଇଥିଲେ। ସେପ୍ଟେମ୍ବର ୨୦୧୯ରେ ସେ ଇଷ୍ଟର୍ଣ୍ଣ କମାଣ୍ଡ୍ର ଜେନେରାଲ ଅଫିସର୍ କମାଣ୍ଡିଂ ଇନ୍ ଚିଫ୍ ହେଲେ। ସେନାରେ ତାଙ୍କର ଅତି ଉଲ୍ଲେଖନୀୟ ସେବା ପାଇଁ ତାଙ୍କୁ ପରମ ବିଶିଷ୍ଟ ସେବା ପଦକ, ଉତ୍ତମ ଯୁଦ୍ଧ ସେବା ପଦକ, ଅତି ବିଶିଷ୍ଟ ସେବା ପଦକ , ସେନା ପଦକଏବଂ ବିଶିଷ୍ଟ ସେବା ପଦକ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/chauhan.jpg)