ଓଡ଼ିଆ ସେନା ଅଫିସରଙ୍କ ଉପରେ ଗୁରୁ ଦାୟିତ୍ୱ, ଲେପ୍ଟନାଣ୍ଟ ଜେନେରାଲ ସିପି ମହାନ୍ତି ଦକ୍ଷିଣାଞ୍ଚଳ ସେନା କମାଣ୍ଡର ନିଯୁକ୍ତ

ନୂଆଦିଲ୍ଲୀ : ଭାରତୀୟ ସେନାରେ ଓଡ଼ିଆ ଅଫିସରଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ଲେପ୍ଟନାଣ୍ଟ ଜେନେରାଲ ସିପି ମହାନ୍ତିଙ୍କୁ ଦକ୍ଷିଣାଞ୍ଚଳ କମାଣ୍ଡର ନିଯୁକ୍ତ କରାଯାଇଛି । ସେ ଲେପ୍ଟନାଣ୍ଟ ଜେନେରାଲ ଏସ.କେ.ସାଇନିଙ୍କ ସ୍ଥାନ ନେବେ । ଲେପ୍ଟନାଣ୍ଟ ଜେନେରାଲ ସାଇନି ଆସନ୍ତା ୨୫ ତାରିଖରେ ଭାରତୀୟ ସେନାରେ ନୂଆ ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ ।

ଅନ୍ୟପକ୍ଷରେ ଲେପ୍ଟନାଣ୍ଟ ଜେନେରାଲ ଯୋଗେଶ କୁମାର ଯୋଶୀ ଭାରତୀୟ ସେନାର ଉତ୍ତରାଞ୍ଚଳ କମାଣ୍ଡର ନିଯୁକ୍ତ ହୋଇଛନ୍ତି । ସେ ଆସନ୍ତା ୩୧ ତାରିଖରେ ଅବସର ଗ୍ରହଣ କରୁଥିବା ଲେପ୍ଟନାଣ୍ଟ ଜେନେରାଲ ରନବୀର ସିଂଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ । ଜଣେ ଚୀନ ବିଶେଷଜ୍ଞଭାବେ ଜଣାଶୁଣା ଲେପ୍ଟନାଣ୍ଟ ଜେନେରାଲ ଯୋଗେଶ କୁମାର ଯୋଶୀ କାରଗିଲ ଯୁଦ୍ଧରେ ନିଜର ସଫଳ ନେତୃତ୍ୱ ପାଇଁ ପରିଚିତ । ତାଙ୍କୁ ବୀର ଚକ୍ର ଉପାଧି ପ୍ରଦାନ କରାଯାଇଛି । କାରଗିଲ ଯୁଦ୍ଧ ସମୟରେ ତାଙ୍କ ନେତୃତ୍ୱରେ ଜମ୍ମୁ ଓକଶ୍ମୀର ରାଇଫଲ୍ସ ପକ୍ଷରୁ ପଏଣ୍ଟ ୪୮୭୫ ଉପରେ ପ୍ରବଳ ଆକ୍ରମଣ କରି ତାକୁ ପାକିସ୍ତାନୀ ସେନା କବଳରୁ ମୁକ୍ତ କରିଥିଲେ ।

ସମ୍ବନ୍ଧିତ ଖବର