ସ୍ଥଳସେନାର ଉପମୁଖ୍ୟ ପଦରେ ଅବସ୍ଥାପିତ ହେଲେ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ

ନୂଆଦିଲ୍ଳୀ: ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କୁ ଶନିବାର ଦିନ ସ୍ଥଳସେନାର ଉପମୁଖ୍ୟ ପଦରେ ଅବସ୍ଥାପିତ କରାଯାଇଛି । ସେ ଏହା ପୂର୍ବରୁ ସେନାର କର୍ପସ-୯ର କମାଣ୍ଡର ପଦ ସମ୍ଭାଳୁଥିଲେ। ଶ୍ରୀ ଦ୍ୱିବେଦୀଙ୍କ ପୂର୍ବରୁ ସେନାର ଉପମୁଖ୍ୟ ଦାୟିତ୍ୱରେ ଥିଲେ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି । ଏବେ ସେନାମୁଖ୍ୟ ପଦରେ ରହିଛନ୍ତି ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ।

ନ୍ୟାସନାଲ୍‌‌ ଡିଫେନ୍ସ ଏକାଡୋମିର ପୂର୍ବତନ ଛାତ୍ର ଜେନେରାଲ ଦ୍ୱିବେଦୀ ୧୯୮୪ ମସିହା ଡିସେମ୍ବର ମାସରେ ଜମ୍ମୁ-କାଶ୍ମୀରର ୧୮ ବାଟାଲିୟନରେ ଭର୍ତ୍ତି ହୋଇଥିଲେ । ୩୫ ବର୍ଷରୁ ଦୀର୍ଘ କ୍ୟାରିୟର ମଧ୍ୟରେ ଚୌକିବଲଠାରେ ହୋଇଥିବା ବିଦ୍ରୋହକୁ ଦମନ କରିବାରେ ସଫଳ ହେବା ଓ ମଣିପୁର ଆସାମ ରାଇଫଲ ସେକ୍ଟରରେ ବାଟାଲିୟନର ନେତୃତ୍ୱ ନେଇ ସେ ବେଶ୍ ସଫଳତା ପାଇଥିଲେ ।

ଉଲ୍ଲେଖଯୋଗ୍ୟ, ଗତ ଫେବ୍ରୁଆରି ମାସରେ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ଏହି ପଦରେ ଅବସ୍ଥାପିତ ହୋଇଥିଲେ, ଯିଏକି ରବିବାର ଦିନ ଅବସର ନେଇଛନ୍ତି।

ସମ୍ବନ୍ଧିତ ଖବର