ଶ୍ରୀଲଙ୍କାରେ ପୁଣି ତେଜିଲା ଏଲ୍‌ଟିଟିଇ ବିଦ୍ରୋହ

କଲମ୍ବୋ: ଦୀର୍ଘ ୯ ବର୍ଷର ବ୍ୟବଧାନ ପରେ ଶ୍ରୀଲଙ୍କାରେ ପୁଣିଥରେ ଲିବରେସନ ଟାଇଗର ଅଫ ତାମିଲ ଇଲମ୍‌(ଏଲ୍‌ଟିଟିଇ)ର ତାଣ୍ଡବ ଦେଖିବାକୁ ମିଳିଛି। ଆଜି ବନ୍ଦରେଓ୍ଵଲା ଜିଲ୍ଲା କାହାଗେଲ୍ଲା ଅଞ୍ଚଳରେ ସେନା ବସ୍‌ ଉପରକୁ ଗ୍ରେନେଡ଼ ମାଡ଼ ହେବା ଫଳରେ ୧୨ ଜଣ ଯବାନଙ୍କ ସମେତ ୧୯ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ସମସ୍ତ ଆହତଙ୍କୁ ନିକଟସ୍ଥ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ, ଶ୍ରୀଲଙ୍କାରେ ଥିବା ତାମିଲ ବିଚ୍ଛିନ୍ନତାବାଦୀ ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଦେଶର ଦାବି ନେଇ ଅତୀତରେ ଦେଶରେ ଅନେକ ବିଦ୍ରୋହ କରିଛନ୍ତି। ୨୦୦୯ରେ ଶେଷ ହୋଇଥିବା ଏହି ୨୫ ବର୍ଷର ବିଦ୍ରୋହରେ ୧ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର