ନୂଆଦିଲ୍ଲୀ: କେନ୍ଦ୍ର ସରକାର ଲିବରେସନ୍ ଟାଇଗର୍ସ ଅଫ ତାମିଲ ଇଲମ୍ (ଏଲ୍ଟିଟିଇ) ଉପରେ ଲାଗୁ କରିଥିବା ନିଷେଧାଦେଶ ସମୟସୀମାକୁ ଆଉ ୫ ବର୍ଷ ବଢାଇ ଦେଇଛନ୍ତି। ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାର ନୋଟିସ୍ ଜାରି ହୋଇଛି। ବେଆଇନ କାର୍ଯ୍ୟକଳାପ ଆଇନ -୧୯୬୭ ଆଧାରରେ ଏଲ୍ଟିଟିଇକୁ ଆଉ ୫ ବର୍ଷ ନିଷେଧ କରାଯାଇଛି। ନୋଟିସ୍ ଅନୁଯାୟୀ, ଏଲ୍ଟିଟିଇ ଏବେ ଯାଏଁ ହିଂସା ଏବଂ ହାନିକାରକ କାର୍ଯ୍ୟକଳାପ ଜାରି ରଖିଛି। ଏହି କାର୍ଯ୍ୟକଳାପ ଭାରତର ଅଖଣ୍ଡତା ଏବଂ ସାର୍ବଭୌମତ୍ୱ ପାଇଁ ହାନିକାରକ। ଉକ୍ତ ସଂଗଠନର ଭାରତ ବିରୋଧୀ କାର୍ଯ୍ୟକଳାପ ଭାରତର ନାଗରିକଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି। ଗୃହ ମନ୍ତ୍ରାଳୟ କହିଛି, ବିଭିନ୍ନ ଇଣ୍ଟର୍ନେଟ୍ ସାଇଟ୍ରେ ସ୍ତମ୍ଭ ପ୍ରକାଶ କରାଯାଇ ଶ୍ରୀଲଙ୍କାର ତାମିଲଙ୍କ ମଧ୍ୟରେ ଭାରତ ବିରୋଧୀ ମତ ସୃଷ୍ଟି କରାଯାଉଛି। ଶ୍ରୀଲଙ୍କାରେ ଏଲ୍ଟିଟିଇର ପରାଜୟ ପାଇଁ ଭାରତକୁ ଦାୟୀ କରାଯାଇ ଭାରତ ବିରୋଧୀ ଜନମତ ସୃଷ୍ଟି କରାଯାଉଛି। ଏହା ଦେଶର ଭିଭିଆଇପିଙ୍କ ସୁରକ୍ଷା ପ୍ରତି ବିପଦ। ୨୦୦୯ରେ ସଂଗଠନର ପରାଜୟ ପରେ ମଧ୍ୟ ତାମିଲ ଇଲମ୍ ଗଠନ କରିବାର ପ୍ରୟାସ ଜାରି ରହିଛି। ଏହି ସଂଗଠନର ଛୋଟ ଛୋଟ ଦଳ ଏବେ ମଧ୍ୟ ପାଣ୍ଠି ସଂଗ୍ରହ କରି ତାମିଲ ଇଲମ୍ ଗଠନ ସପକ୍ଷରେ ପ୍ରଚାର କରୁଛନ୍ତି। ବଂଚିଯାଇଥିବା ଏଲ୍ଟିଟିଇ ନେତା ଏବଂ କର୍ମୀମାନେ ପୁଣି ସଂଗଠନକୁ ସ୍ଥାନୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ମଜବୁତ କରିବାକୁ ଉଦ୍ୟମ ଜାରି ରଖିଥିବା ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
ଏଲ୍ଟିଟିଇ ଆଉ ୫ ବର୍ଷ ପାଇଁ ନିଷିଦ୍ଧ
/sambad/media/post_attachments/wp-content/uploads/2019/05/ltte-prabhakaran.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)