ଏଣିକି ରେଳ ଷ୍ଟେସନ୍‌ରେ କଦଳୀ ବିକ୍ରି ଉପରେ ଲାଗିଲା ରୋକ୍ !

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌ ଚାରବାଗ ରେଳ ଷ୍ଟେସନରେ କଦଳୀ ବିକ୍ରି ଉପରେ ପ୍ରତିବନ୍ଧକ ଲାଗିିଛି। ଯଦି କେହି ଚାରବାଗ ଷ୍ଟେସନରେ କଦଳୀ ବିକ୍ରି କରନ୍ତି ତେବେ ଉକ୍ତ ବ୍ୟବସାୟୀଙ୍କୁ ଜରିମାନା ଦେବାକୁ ପଡ଼ିବ।

ଲକ୍ଷ୍ମୌ ରେଳଷ୍ଟେସନ୍‌ ପ୍ରଶାସନ ଚାରବାଗ ଷ୍ଟେସନରେ କଦଳୀ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହା ପଛର କାରଣ ହେଉଛି, ରେଳ ଷ୍ଟେସନ୍‌ରେ ବିକ୍ରି ହେଉଥିବା କଦଳୀ ଖାଇ ତାର ଚୋପାକୁ ଲୋକମାନେ ଏଣେ ତେଣେ ଫୋପାଡି ଦେଇଥାନ୍ତି। ଫଳରେ ଷ୍ଟେସନ ମଇଳା ହେବା ସହ ଦୁର୍ଗନ୍ଧ ସୃଷ୍ଟି ହୋଇଥାଏ। ତେଣୁ ଫଳ ବିକ୍ରି ଉପରେ କଟକଣା ଲଗାଇଛନ୍ତି।  ଯଦି ଏହି ନିୟମକୁ କେହି ଉଲ୍ଲଂଘନ କରୁଥିବାର ଦେଖାଯାଏ, ତେବେ ତାଙ୍କ ଉପରେ ଜରିମାନା ଲାଗିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଚାରବାଗ ଷ୍ଟେସନ୍‌କୁ ପ୍ରତିଦିନ ୨୮୦ରୁ ଅଧିକ ଟ୍ରେନ୍‌ ଯାତାୟତ କରିଥାଏ। ଏହି ଟ୍ରେନ୍‌ରେ ଯାତ୍ରା କରୁଥିବା ଲକ୍ଷାଧିକ ଲୋକ ଚାରବାଗ ଷ୍ଟେସନ୍‌ରୁ କଦଳୀ ଖାଇବାକୁ ପସନ୍ଦ କରିଥାଆନ୍ତି। ତେଣୁ ଏହି ପ୍ରତିବନ୍ଧକକୁ ନେଇ ଦୋକାନୀ ଓ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ସମ୍ବନ୍ଧିତ ଖବର