ଲକ୍ଷ୍ନୌ: ଚକୋଲେଟ ନେଇ ଗୁଳି ବାଜିଥିବା ଶିଶୁକୁ ଭେଟିବାକୁ ଗଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ବୁଧବାର ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ମୁଖତାର ଅନ୍ସାରୀଙ୍କ ଘନିଷ୍ଠ ସହଯୋଗୀ ତଥା କୁଖ୍ୟାତ ଗ୍ୟାଙ୍ଗଷ୍ଟର ସଂଜୀବ ମାହେଶ୍ବରୀ ଜୀବାକୁ ଲକ୍ଷ୍ନୌ କୋର୍ଟ ପରିସରରେ ଗୁଳିକରି ହତ୍ୟା କରାଯାଇଥିଲା। ଏହି ସମୟରେ ଗୋଟିଏ ଗୁଳି କୋର୍ଟ ପରିସରରେ ଥିବା ଏକ ଛୋଟ ଶିଶୁ ଦେହରେ ଯାଇ ବାଜିଥିଲା। ଶିଶୁର ଚିକିତ୍ସା କେଜିଏମୟୁ ଟ୍ରମା ସେଣ୍ଟରେ ଚାଲିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ତାଙ୍କୁ ଭେଟିଥିବା ଜଣାପଡ଼ିଛି।
ଏହି ସମୟର ଫଟୋ ଏବେ ଭାଇରାଲ ହେଉଛି, ଯେଉଁଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଶିଶୁଟିକୁ ଚକୋଲେଟ ଦେଉଥିବା ଦେଖାଯାଇଛି।ମୁଖ୍ୟମନ୍ତ୍ରୀ ଯୋଗୀ ଜରୁରୀକାଳୀନ ସର୍ଜରୀ ୟୁନିଟର ଡାକ୍ତରଙ୍କଠାରୁ ଶିଶୁ କନ୍ୟାର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ଶିଶୁର ସ୍ୱାସ୍ଥ୍ୟାବସ୍ଥା ଉପରେ ତୀକ୍ଷ୍ଣ ନଜର ରଖି ଡାକ୍ତରମାନଙ୍କୁ ଅବହେଳା ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ତେବେ କୁହାଯାଉଛି ଯେ, ଶିଶୁଟିର ମା’ ନୀଲମ କିଛି କାମରେ କୋର୍ଟକୁ ଯାଇଥିବା ବେଳେ ଗୁଳିବର୍ଷା ଆରମ୍ଭ ହୋଇଥିଲା। ଗୁଳିମାଡ଼ ହେବା ଭୟରେ ନୀଲମ ଶିଶୁକୁ ଧରି ଦୌଡ଼ିବା ବେଳେ ଗୋଟିଏ ଗୁଳି ଆସି ପ୍ରଥମେ ନୀଲମଙ୍କ ଆଙ୍ଗୁଠିରେ ବାଜିଥିଲା ଓ ପରେ ସେହି ଗୁଳିଟି ଯାଇ ଶିଶୁ ଦେହରେ ବାଜିଥିଲା। ଏହି କାରଣରୁ ଶିଶୁଟି ସାମାନ୍ୟ ଆହତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/ସ_files-4.jpg)